ବାଲେଶ୍ୱର : ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି ।
ବାଲେଶ୍ୱର ବାଙ୍ଗରା ଗାଁର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଶଙ୍କୁ ବିବାହ କରିଥିଲେ । ଚଳିତ ବର୍ଷ ଫେବୃୟାରୀ ମାସ ୨୧ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପର ଠାରୁ ଗାୟତ୍ରୀଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଶାଶୁଘର ନିର୍ଯାତନା ସହି ନପାରି ଗାୟତ୍ରୀ କିଛିଦିନ ତଳେ ବିଷ ପିଇଦେଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଟ୍ଏହରେ ତାଙ୍କର ଚିକିତ୍ସ ଚାଲିଥିଲା ।
ଘଟଣାକୁ ନେଇ ଗାୟତ୍ରୀଙ୍କ ପରିବାର ପକ୍ଷରୁ ପୂର୍ବରୁ ନୀଳଗିରି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଘଟଣାର ସମାଧାନ ପାଇଁ ଆଲୋଚନା ହୋଇଥିଲା । ମାତ୍ର ଶୁକ୍ରବାର ଦିନ ଗାୟତ୍ରୀଙ୍କ ମୃତ୍ୟୁ ପରେ ନୀଳଗିରି ପୋଲିସ ସ୍ୱାମୀ ପ୍ରତ୍ୟୁଷଙ୍କୁ ଗିରଫ କରିଛି ।
Comments are closed.