Latest Odisha News

ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ

କୋରାପୁଟ: ମିଳିତ ଅପରେସନରେ ସଫଳତା ହାସଲ କଲେ କୋରାପୁଟ ଜିଲ୍ଲା ପାଡୱା ପୋଲିସ ଓ ଅବକାରୀ ବିଭାଗ । ନଷ୍ଟ କରାଗଲା ବିପୁଳ ପରିମାଣର ବେଆଇନ ଗଂଜେଇ ଚାଷ । ଗୋଡିପୁଟ୍ ଗାଁରେ ଗଂଜେଇ ଚାଷ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆଜି ପୋଲିସ, ଅବକାରୀ ବିଭାଗ ଓ ଡିଭିଏଫ୍ ଟିମ ଅତର୍କିତ ଚଢାଉ କରିଥିଲା ।

ମିଳିତ ଅପରେସନରେ ଗୋଡିପୁଟ୍ ଗାଁର ପ୍ରାୟ ୧୫ ଏକର ସରକାରୀ ଓ ବେସରକାରୀ ଜମିରେ ହୋଇଥିବା ଗଂଜେଇ ଚାଷକୁ ନଷ୍ଟ କରାଯାଇଥିଲା । ବେଆଇନ ଗଂଜେଇ ଚାଷରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଜାରି ରହିଛି । ତେବେ ଅପରେସନରେ ୧୮ ହଜାର ୩୨୫ଟି ଗଂଜେଇ ଗଛ ଉଚ୍ଛେଦ କରାଯାଇଥିବା ସୂଚନା ରହିଛି ।

ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ରଙ୍କ ନେତୃତ୍ୱରେ ଗଂଜେଇ ଚାଷ ଉଚ୍ଛେଦ ସମୟରେ ଉପଜିଲ୍ଲାପାଳ ତପନ ନାୟକ, ନନ୍ଦପୁର ଅତିରିକ୍ତ ତହସିଲଦାର, ଅବକାରୀ ଇନ୍ସପେକ୍ଟର ପ୍ରୋଣିଦ ବାଣୁଆ ଓ ଅବକାରୀ ସବ-ଇନ୍ସପେକ୍ଟର ଟି.ଚିନ୍ତଦା ଉପସ୍ଥିତ ଥିଲେ ।

Leave A Reply

Your email address will not be published.