ଛୋଟପିଲାମାନେ ସାଧାରଣତଃ ଟେଡ଼ି ବିୟରକୁ ଏତେ ଭଲ ପାଆନ୍ତି ଯେ, ତାକୁ କ୍ଷଣିକ ପାଇଁ ନିଜ ପାଖରୁ ଛାଡ଼ନ୍ତି ନାହିଁ । କିନ୍ତୁ ଜଣେ ମହିଳା ଯିଏ କି ଟେଡ଼ି ବିୟରକୁ ଏତେ ଭଲ ପାଉଥିଲେ ଯେ, ଶେଷରେ ତାକୁ ବିବାହ କରିବାକୁ ବି ପଛାଇ ନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ । ଏବେ ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପାକିସ୍ଥାନର ଏହି ମହିଳା ଜଣକ ପିଲାବେଳୁ ଟେଡ଼ି ବିୟର ସହ ଖେଳିବାକୁ ପସନ୍ଦ କରୁଥିଲେ । ନିଜ ବିବାହ ପରେ ବି ସେ ଟେଡ଼ି ବିୟରକୁ ସେତିକି ପସନ୍ଦ କରୁଥିଲେ । ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀଙ୍କର ଅଚାନକ ମୃତ୍ୟୁ ଘଟିଲା । ସ୍ୱାମୀଙ୍କୁ ହରାଇ ସେ ଏକଦମ୍ ଏକା ହୋଇଗଲେ । ତାଙ୍କ ପାଖରେ କେବଳ ଥିଲା ରେଡ଼ କଲରର ଟେଡ଼ି ବିୟର । ଶେଷରେ ସେ ଟେଡ଼ି ବିୟରକୁ ବିବାହ କଲେ ଯାହା ଏବେ ଚର୍ଚ୍ଚାରେ ।
ଅସଲ କଥା ହେଲା ନିଜ ସ୍ୱାମୀଙ୍କ ମୃତ୍ୟୁ ଇତିମଧ୍ୟରେ ୧୦ ବର୍ଷ ବିତିଲାଣି । ଦୀର୍ଘ ୧୦ ବର୍ଷ ହେଲାଣି ସେ ଏହି ଟେଡ଼ି ବିୟରକୁ ନିଜ ଜୀବନର ସବୁ କିଛି ଭାବି ନେଇଛନ୍ତିି । ତାକୁ ଯଦି ଥଟାମଜାରେ କିଛି କହିଲେ ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ରାଗିଯାଆନ୍ତି । ଏମିତି କି ଟେଡ଼ି ବିୟର ବିଷୟରେ କିଛି ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଟେଡ଼ି ବିୟର ପ୍ରେମରେ ଏମିତି ପଡ଼ିଲେ ଯେ, ଏବେ ସେ ତାକୁ ବିବାହ ମଧ୍ୟ କରିଛନ୍ତି । ଏନେଇ ମହିଳା ଜଣ ୟୁଟ୍ୟୁବ୍ ଚ୍ୟାନେଲ୍ ସୋସିଆଲ୍ କ୍ଲିକ୍ରେ ନିଜର ପ୍ରେମ କାହାଣୀ ସେୟାର କରିଛନ୍ତି ।
ମହିଳା ଜଣକ କହିଛନ୍ତି, ଟେଡ଼ି ବିୟର କଥା ସିନା କହିପାରୁନି, ହେଲେ ସେ ମୋ ଜୀବନରେ ସବୁ କିଛି । ତା ବିନା ରହିବା ସମ୍ଭବ ନୁହେଁ । କାରଣ ମୋ ଦୁଃଖ ସମୟରେ ଯେତେବେଳେ କେହି ମୋ ପାଖରେ ନ ଥିଲେ କେବଳ ସେ ହିଁ ଥିଲା । ଟେଡ଼ି ବିୟର ବିଷୟରେ କେହି ନକରାତ୍ମକ ମନ୍ତବ୍ୟ ଦେଲେ ମୁଁ ସହ୍ୟ କରିପାରେନି । ତେଣୁ ତାକୁ ବିବାହ କରିଛି ଓ ଅବଶିଷ୍ଟ ଜୀବନ ପାଇଁ ତାକୁ ସାଥୀ ଭାବେ ବାଛି ନେଇଛି ।
ଜଣେ ମହିଳା ଟେଡ଼ି ବିୟରକୁ ବିବାହ କରିବା ଘଟଣା ନୂଆଁ ନୁହେଁ । ଏହାପୂର୍ବରୁ ଇଂଲଣ୍ଡର ପାସ୍କେଲ ସେଲିକ୍ ନାମକ ଜଣେ ମହିଳା ଏକ କମ୍ବଳକୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏମିତି କି କିଛି ମହିଳା ଗଛ ଓ ଖେଳନାକୁ ବିବାହ କରିଥିବାର ନଜିର ମଧ୍ୟ ରହିଛି ।
BREAKING NEWS
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
Comments are closed.