ଛୋଟପିଲାମାନେ ସାଧାରଣତଃ ଟେଡ଼ି ବିୟରକୁ ଏତେ ଭଲ ପାଆନ୍ତି ଯେ, ତାକୁ କ୍ଷଣିକ ପାଇଁ ନିଜ ପାଖରୁ ଛାଡ଼ନ୍ତି ନାହିଁ । କିନ୍ତୁ ଜଣେ ମହିଳା ଯିଏ କି ଟେଡ଼ି ବିୟରକୁ ଏତେ ଭଲ ପାଉଥିଲେ ଯେ, ଶେଷରେ ତାକୁ ବିବାହ କରିବାକୁ ବି ପଛାଇ ନାହାନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ । ଏବେ ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପାକିସ୍ଥାନର ଏହି ମହିଳା ଜଣକ ପିଲାବେଳୁ ଟେଡ଼ି ବିୟର ସହ ଖେଳିବାକୁ ପସନ୍ଦ କରୁଥିଲେ । ନିଜ ବିବାହ ପରେ ବି ସେ ଟେଡ଼ି ବିୟରକୁ ସେତିକି ପସନ୍ଦ କରୁଥିଲେ । ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀଙ୍କର ଅଚାନକ ମୃତ୍ୟୁ ଘଟିଲା । ସ୍ୱାମୀଙ୍କୁ ହରାଇ ସେ ଏକଦମ୍ ଏକା ହୋଇଗଲେ । ତାଙ୍କ ପାଖରେ କେବଳ ଥିଲା ରେଡ଼ କଲରର ଟେଡ଼ି ବିୟର । ଶେଷରେ ସେ ଟେଡ଼ି ବିୟରକୁ ବିବାହ କଲେ ଯାହା ଏବେ ଚର୍ଚ୍ଚାରେ ।
ଅସଲ କଥା ହେଲା ନିଜ ସ୍ୱାମୀଙ୍କ ମୃତ୍ୟୁ ଇତିମଧ୍ୟରେ ୧୦ ବର୍ଷ ବିତିଲାଣି । ଦୀର୍ଘ ୧୦ ବର୍ଷ ହେଲାଣି ସେ ଏହି ଟେଡ଼ି ବିୟରକୁ ନିଜ ଜୀବନର ସବୁ କିଛି ଭାବି ନେଇଛନ୍ତିି । ତାକୁ ଯଦି ଥଟାମଜାରେ କିଛି କହିଲେ ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ରାଗିଯାଆନ୍ତି । ଏମିତି କି ଟେଡ଼ି ବିୟର ବିଷୟରେ କିଛି ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଟେଡ଼ି ବିୟର ପ୍ରେମରେ ଏମିତି ପଡ଼ିଲେ ଯେ, ଏବେ ସେ ତାକୁ ବିବାହ ମଧ୍ୟ କରିଛନ୍ତି । ଏନେଇ ମହିଳା ଜଣ ୟୁଟ୍ୟୁବ୍ ଚ୍ୟାନେଲ୍ ସୋସିଆଲ୍ କ୍ଲିକ୍ରେ ନିଜର ପ୍ରେମ କାହାଣୀ ସେୟାର କରିଛନ୍ତି ।
ମହିଳା ଜଣକ କହିଛନ୍ତି, ଟେଡ଼ି ବିୟର କଥା ସିନା କହିପାରୁନି, ହେଲେ ସେ ମୋ ଜୀବନରେ ସବୁ କିଛି । ତା ବିନା ରହିବା ସମ୍ଭବ ନୁହେଁ । କାରଣ ମୋ ଦୁଃଖ ସମୟରେ ଯେତେବେଳେ କେହି ମୋ ପାଖରେ ନ ଥିଲେ କେବଳ ସେ ହିଁ ଥିଲା । ଟେଡ଼ି ବିୟର ବିଷୟରେ କେହି ନକରାତ୍ମକ ମନ୍ତବ୍ୟ ଦେଲେ ମୁଁ ସହ୍ୟ କରିପାରେନି । ତେଣୁ ତାକୁ ବିବାହ କରିଛି ଓ ଅବଶିଷ୍ଟ ଜୀବନ ପାଇଁ ତାକୁ ସାଥୀ ଭାବେ ବାଛି ନେଇଛି ।
ଜଣେ ମହିଳା ଟେଡ଼ି ବିୟରକୁ ବିବାହ କରିବା ଘଟଣା ନୂଆଁ ନୁହେଁ । ଏହାପୂର୍ବରୁ ଇଂଲଣ୍ଡର ପାସ୍କେଲ ସେଲିକ୍ ନାମକ ଜଣେ ମହିଳା ଏକ କମ୍ବଳକୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏମିତି କି କିଛି ମହିଳା ଗଛ ଓ ଖେଳନାକୁ ବିବାହ କରିଥିବାର ନଜିର ମଧ୍ୟ ରହିଛି ।
BREAKING NEWS
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
Comments are closed.