Latest Odisha News

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର ହୋଇଥିବା ପ୍ରେମୀ ଯୁଗଳଙ୍କ ବିବାହ ହୋଇଛି ଥାନା ପରିସରରେ। ପୋଲିସ କରାଉଛି ପ୍ରେମୀ ଯୁଗଳଙ୍କ ବିବାହ। ଉଭୟ ପ୍ରେମୀ ଯୁଗଳ ପରସ୍ପରକୁ ଫୁଲମାଳ ଦେଇ ଥାନା ଅଧିକାରୀ, ଅନ୍ୟାନ୍ୟ ପୋଲିସ ଓ ସେମାନଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରୁଛନ୍ତି । ବିବାହ କରୁଥିବା ପ୍ରେମୀ ଯୁଗଳ ହେଉଛନ୍ତି ସମ୍ପର୍କରେ ଦିଅର ଭାଉଜ। ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର। ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ପରିସରରେ।

ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗ୍ରାମର ୨୨ ବର୍ଷୀୟା ଝିଲି ପ୍ରଧାନ ତିନି ବର୍ଷ ପୂର୍ବରୁ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗ୍ରାମର ମାଧବ ପ୍ରଧାନଙ୍କ ସହିତ ବୈଦିକ ରିତିରେ ବିବାହ କରିଥିଲେ। ପରେ ସୁବଳୟା ଥାନା ଖଣ୍ଡହତା ପଞ୍ଚାୟତର ବରଘାଟ ଗ୍ରାମର ପରେମେଶ୍ବର ପ୍ରଧାନ ତାଙ୍କ ମାଉସି ପୁଅ ଭାଇ ମାଧବଙ୍କ ଘରକୁ ଯିବା ଆସିବା କରିବା ଭିତରେ ଭାଉଜ ଝିଲି ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଦିଅର ଭାଉଜ ଗତ ସପ୍ତାହ ପୂର୍ବରୁ ଘରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଖୋଜା ଖୋଜି କରିବା ପରେ ନପାଇବାରୁ ସୁବଳୟା ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ ମାଧବଙ୍କ ଅଭିଯୋଗ ଆଧାରରେ ସୁବଳୟା ଥାନାରେ ଜିଡି ନଂ ୨୫/୨୩ ରେ ଏକ ଅଭିଯୋଗ ପଞ୍ଜିକରଣ ମଧ୍ୟ ହୋଇଥିଲା।

ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଗତ ଗୁରୁବାର ଉଭୟ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଉଭୟ ଦିଅର ଭାଉଜ ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ। ଉଭୟେ ସାବାଳକ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇଥିଲା। ପରିବାର ଲୋକେ ଉଭୟଙ୍କ ବିବାହକୁ ବାରଣ କରିଥିଲେ ମଧ୍ୟ ଉଭୟ ଦିଅର ଭାଉଜ କୌଣସି କଥା ଶୁଣି ନଥିଲେ। ଶେଷରେ ରବିବାର ଥାନା ପରିସରରେ ଝିଅର ବାପା ଘର ଓ ଦିଅର ଭାଉଜ ଶ୍ୱଶୁର ଘର ଲୋକ ଏବଂ ପ୍ରେମିକ ପରମେଶ୍ବରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ ହୋଇଥିଲା।

Leave A Reply

Your email address will not be published.