Latest Odisha News

BREAKING NEWS

ରାଜଧାନୀରେ ଜାରି ରହିଛି ଫୁଟ୍ ପାଟ୍ରୋଲିଂ, ରାସ୍ତାରେ ବ୍ଲକିଂ ଚେକିଂକୁ କଡ଼ାକଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଜୋରଦାର ନାଇଟ୍ ପାଟ୍ରୋଲିଂ। ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ରବିବାର ରାତିରେ ଭୁବନେଶ୍ୱରର ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ ହୋଇଛି। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରାଯାଇଛି।

ଭୁବନେଶ୍ୱର ଡିସିପି ପ୍ରତିକ ସିଂହଙ୍କ ନେତୃତ୍ୱରେ ରାଜଧାନୀର ବିଭିନ୍ନ ଛକ, ବସ୍ତି ଅଞ୍ଚଳ, କେଭି ନଗର, ଲିଙ୍ଗରାଜ ନଗର, ଲକ୍ଷ୍ନୀସାଗର, ମଞ୍ଜେଶ୍ୱର, ସହୀଦ ନଗର, ନୟାପଲ୍ଲୀ, ମୈତ୍ରୀ ବିହାର, ସିଏସପୁର, ଇନଫୋସିଟି, ଖଣ୍ଡଗିରି, ଭରତପୁର ଆଦି ଅଞ୍ଚଳରେ ପୋଲିସର ଫୁଟ୍ ପାଟ୍ରୋଲିଂ ଚାଲିଥିଲା।

ରାଜଧାନୀ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱବଧାନରେ ଗତକାଲି ୪୫୦ ନିଯୁକ୍ତ କନଷ୍ଟେବଳ (U / T), ସମସ୍ତ ପୋଲିସ ଅଧିକାରୀ, ଆଇଏସଆଇସି ଏବଂ ଇନ୍ସପେକ୍ଟର, ସମସ୍ତ ଜୋନର ଏସିପିଏସ ଭଳି ସମସ୍ତ ଅଧିକାରୀ ଏହି ସେଫ୍ ସିଟି ଡ୍ରାଇଭ ଅଭିଯାନରେ ସାମିଲ ଥିଲେ। ସେଫ୍ ସିଟି ଡ୍ରାଇଭ ଅଧୀନରେ ପ୍ରତିଦିନ ଏଭଳି ଚଢ଼ାଉ ଜାରି ରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ ପିଓପିଡି ଟିମ। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ। ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଂକୁ କଡାକଡି କରାଯାଇଛି।

Leave A Reply

Your email address will not be published.