Latest Odisha News

BREAKING NEWS

ପୋଲିସ ଆଗରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ପୋଲିସ ପକ୍ଷରୁ ଆତ୍ମନିର୍ଭରଶୀଳ ନୀତି ଏବଂ ସହଯୋଗ କରାଯାଉଥିବାରୁ ନକ୍ସଲମାନେ ଧିରେ ଧିରେ ନିଜ ସଂଗଠନରୁ ବିମୁଖ ହୋଇ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷିରେ ଆଜି ପୋଲିସ ଆଗରେ ଆତ୍ମସମର୍ପଣ କଲେ ଜଣେ ମହିଳା ନକ୍ସଲ । ଆତ୍ମସମର୍ପଣ କରିଥିବା ମହିଳା ଜଣକ ହେଲେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି ।

ସେ ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

କାଲୁମୁ ପାଇକି ଗତ ୨୦୦୯ ମସିହାରେ କେରଲାପାଲ ଏରିଆ କମିଟିର ମିଲିସିଆ ସଦସ୍ୟା ଭାବେ ଯୋଗ ଦେଇଥିଲେ । ସେ ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ବହୁ ହିଂସାରେ ଜଡିତ ଥିବା ସ୍ବୀକାର କରିଛନ୍ତି । କାଲୁମୁ ପାଇକିଙ୍କ ଘର ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ପୁଲବାଗେଡ ଗ୍ରାମରେ । ସେ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.