Latest Odisha News

କୋହଲି, ରୋହିତଙ୍କୁ ବଡ ପରାମର୍ଶ ଦେଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ଏକ ବଡ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଘରୋଇ କ୍ରିକେଟ ଫର୍ମକୁ ଫେରିବାରେ ନିଶ୍ଚିତ ଭାବେ ସହାୟ ହେବ । ଯଦି ତୁମେ ଖରାପ ପ୍ରଦର୍ଶନ କରୁଛୁ ଏବଂ ପାଖରେ ସମୟ ଅଛି ତେବେ ଘରୋଇ କ୍ରିକେଟ ଖେଳିବା ବୁଦ୍ଧିମାନର କାମ ହେବ ବୋଲି ଯୁବରାଜ କହିଛନ୍ତି । ପୂର୍ବରୁ ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ ଓ କୋଚ ଗୌତମ ଗମ୍ଭୀର ମଧ୍ୟ ଖେଳାଳିମାନଙ୍କୁ ଏହି ପରାମର୍ଶ ଦେଇଥିଲେ ।

ଦିଲ୍ଲୀ ପାଇଁ ଘୋଷିତ ସମ୍ଭାବ୍ୟ ରଣଜୀ ଟିମରେ କୋହଲିଙ୍କୁ ସ୍ଥାନ ମିଳିଛି । ତେବେ ତାଙ୍କୁ ଖେଳିବା ନେଇ ସିଧାସଳଖ କେହି କହି ନାହାନ୍ତି । ପୂର୍ବରୁ କୋହଲି କାଂଉଟି କ୍ରିକେଟ ଖେଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲେ । ଏହି ଅବସରରେ ଅଧିନାୟକ ଭାବେ ରୋହିତଙ୍କ ଦକ୍ଷତାକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ଭାରତ ଏବେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳିବ ।

Comments are closed.