Latest Odisha News

BREAKING NEWS

ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବାଲିଗୁଡ଼ା: ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଜଣେ ମହିଳା ପୋଲିସ ଏସ୍ଆଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିଛି ।

ନିଜ ବେକରେ ଓଢ଼ଣୀ ଲଗାଇ ସ୍ୱାଗତିକା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କାହିଁକି, କିଭଳି ସ୍ଥିତିରେ ଏସ୍ଆଇ ସ୍ୱାଗତିକା ଆତ୍ମହତ୍ୟା କଲେ ଜଣା ପଡ଼଼ିନାହିଁ । ଖବର ପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ସ୍ୱାଗତିକାଙ୍କା ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି । କେଉଁ କାରଣରୁ ମହିଳା ପୋଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି । ମହିଳା ପୋଲିସ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave A Reply

Your email address will not be published.