Latest Odisha News

BREAKING NEWS

କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅପରାଜିତା ଷଡଙ୍ଗୀ 

ଭୁବନେଶ୍ୱର : ଭୁବନେଶ୍ୱର NISER ଠାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କୁ ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।  ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER  କ୍ୟାମ୍ପସ ମଧ୍ୟରେ ୬୫୦କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଛି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ  ।

ଏହି ପ୍ରକଳ୍ପ ଆଗାମୀ ୩ମାସ ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ ୧୮ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବ ବୋଲି ସୂଚନା ମିଳିଛି । କ୍ୟାନସର ହସ୍ପିଟାଲ ବ୍ୟତୀତ ଏଠାରେ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ରହିଛି  । ତେବେ ଏହି ନିର୍ମାଣଧୀନ କାର୍ଯ୍ୟକୁ ସଠିକ ସମୟରେ ଓ ସଠିକ ଭାବେ ସାରିବା ପାଇଁ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି ସାଂସଦ ଷଡଙ୍ଗୀ ।

ଏହି କ୍ୟାନସର ହସ୍ପିଟାଲ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଭାଗୀୟ ଜିତେନ୍ଦ୍ର ସିଂ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ  ସାଂସଦ ଷଡଙ୍ଗୀ ।

ସୂଚାନମୁତାବକ ୬୫୦କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ରାଜ୍ୟ ସରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ମହୋଦୟା ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ  ।

Leave A Reply

Your email address will not be published.