Latest Odisha News

BREAKING NEWS

ରାଜ୍ୟରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀର ଧୀରେ ରାଜ୍ୟରେ କମୁଛି କରୋନା କାୟା । ଖସୁଛି ଦୈନିକ ପଜିଟିଭି କେସ୍ । ଆକ୍ଟିଭ କେସ୍ କମୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ପୁଣି ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଛନ୍ତି ଆଉ ୯୮୬ ଜଣ । କ୍ୱାରେଣ୍ଟାଇନରୁ ୫୭୨ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୧୪ଟି ।

ଖୋର୍ଦ୍ଧାରୁ ସର୍ବାଧିକ ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୮୧, ସୁନ୍ଦରଗଡ଼ରୁ ୮୦, ଅନୁଗୋଳରୁ ୬୪, ମୟୂରଭଞ୍ଜରୁ ୫୭ଟି ପଜିଟିଭ୍ କେସ୍ ବାହାରିଛି । ସେହିପରି ଜଗତସିଂହପୁର ଜିଲ୍ଲାରୁ ଆଉ ୫୪ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୯୮୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୯୨ ହଜାର ୪୭୭ ଜଣ । ଏବେ ରାଜ୍ୟରେ ୧୧ ହଜାର ୯୭୩ଟି ଆକ୍ଟିଭ୍ କେସ୍ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧ ଲକ୍ଷ ୨୨ ହଜାର ୯୩୮ କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.