Latest Odisha News

BREAKING NEWS

ସ୍ବାମୀ ସହ ଝଗଡା ପରେ ୬ ବର୍ଷର ଦିବ୍ୟାଙ୍ଗ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଲା ମା’

ବେଙ୍ଗାଲୁରୁ: ସ୍ବାମୀ ସ୍ତ୍ରୀ କଳହରେ ବଳି ପଡିଗଲା ୬ ବର୍ଷର ଦିବ୍ୟାଙ୍ଗ ଶିଶୁ । କୁମ୍ଭୀର ମୁହଁରେ ପଡି ଗଲା ଶିଶୁର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

BjdElectrycity

ଖବର ମୁତାବକ, କର୍ଣ୍ଣାଟକର ଦଣ୍ଡେଲି ତାଲୁକ ଅଞ୍ଚଳରେ ସ୍ୱାମୀ ରବି କୁମାର (୨୭) ଓ ସ୍ତ୍ରୀ ସାବିତ୍ରୀ(୨୬)ଙ୍କ ମଧ୍ୟରେ ସବୁବେଳେ ତାଙ୍କ ବଡ ପୁଅ ମୂକ ହେବା ନେଇ ଝଗଡ଼ା ହୋଇ ଆସୁଥିଲା । ରବି ସବୁବେଳେ ତାଙ୍କ ସ୍ତ୍ରୀ ସାବିତ୍ରୀକୁ ଦୋଷ ଦେଇଆସୁଥିଲେ ସେ କାହିଁକି ମୂକ ପୁଅ ଜନ୍ମ ଦେଲେ ବୋଲି । ଆଉ ଏହି ଝଗଡା ଶନିବାର କ୍ରମଶଃ ବଢି ଝଡ ରୂପ ନେଇଥିଲା । ଯେଉଁଥିରେ ଅତିଷ୍ଠ ହୋଇ ସାବିତ୍ରୀ ନିଜ ୬ ବର୍ଷର ପୁଅକୁ କାଳି ନିଦୀକୁ ଫୋପାଡି ଦେଇଥିଲେ ।

ଏହି ଖବର ତାଙ୍କ ପଡୋଶୀ ପୋଲିସକୁ ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଟିକୁ ବହୁ ଖୋଜାଖୋଜି କରିଥିଲେ ପରେ ଏକ କୁମ୍ଭୀର ମୁହଁରୁ ଶିଶୁଟିର ଅଧା ଶରୀର ଉକ୍ତ ନଦୀରୁ ଉଦ୍ଧାର କରିଥିଲେ । ଶିଶୁ ଦେହରେ ଏକାଧିକ କ୍ଷତ ସହ ଗୋଟେ ହାତ ନଥିବାରୁ କୁମ୍ଭୀର ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । କାରଣ ଉକ୍ତ ନଦୀରେ ବହୁ ସଂଖ୍ୟାରେ କୁମ୍ଭୀର ରହୁଥିବା ସୂଚନା ରହିଛି ।

ଘଟଣାରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏହି ମାମଲାରେ ବାପା ଓ ମା’ଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ବିରୁଦ୍ଧରେ ଧାରା ୧୦୯ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.