Latest Odisha News

BREAKING NEWS

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ । cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ  । ଛାତ୍ରୀଛାତ୍ରୀ ଓ୍ବେବସାଇଟ୍‌ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଦଶମରେ ୯୯. ୦୮% ଓ ଦ୍ୱାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍  । ଉଭୟରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ।ଚଳିତ ବର୍ଷ ମୋଟ ୯୮,୦୮୮ ଛାତ୍ରଛାତ୍ରୀ ଆଇଏସ୍‌ସି ଦ୍ୱାଦଶ ଫଳାଫଳରେ ସଫଳତା ହାସଲ କରିଛନ୍ତି। ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାରେ ସମୁଦାୟ ୯୯,୯୦୧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଚଳିତ ବର୍ଷ ମୋଟ ୨,୪୨,୩୨୮ ଛାତ୍ରଛାତ୍ରୀ ଆଇସିଏସ୍‌ଇ ଦଶମ ଫଳାଫଳ ପାସ କରିଛନ୍ତି  । ଦଶମ ପରୀକ୍ଷାରେ ସମୁଦାୟ ୨,୪୩,୬୧୭ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଯଦି ରେଜଲ୍ଟରେ କୌଣସି ପ୍ରକାର ତୃଟି ଥାଏ ତେବେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ । ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ପାଇଁ ୧ ହଜାର ଟଙ୍କା ଥିବା ବେଳେ ରିଭାଲୁଏଶନ ପାଇଁ ୧୫୦୦ ଟଙ୍କା ରହିଛି । ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ରିଚେକିଂ ପାଇଁ ଆବେଦନ କରିପାରିବେ ।ଏହାପରେ ଏକ ମାସ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ । ସେହିପରି ରିଭାଲୁଏଶନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।ଯେଉଁ ଛାତ୍ରୀଛାତ୍ର ସେମାନଙ୍କ ମାର୍କ/ଗ୍ରେଡ୍‌ରେ ଉନ୍ନତି ଚାହୁଁଥିବେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଚଳିତବର୍ଷଠାରୁ ଆଇସିଏସ୍ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶର କମ୍ପାର୍ଟମେଣ୍ଟ ପରୀକ୍ଷା ବନ୍ଦ ହୋଇଯାଇଛି।  ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସର୍ବାଧିକ ଦୁଇଟି ବିଷୟରେ ଦେଇହେବ  । ଏହି ପରୀକ୍ଷା ଜୁଲାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛି ସିଆଇଏସସିଇ ।

Leave A Reply

Your email address will not be published.