ଦେବଗଡ: ପୁଣି ଦନ୍ତା ଆତଙ୍କ। ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଘରୁ ଟାଣି ଆଣି ଦଳି ଦେଲା ଦନ୍ତା ହାତୀ। ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଘଟିଛି ଏଭଳଇ ଅଭାବନୀୟ ଘଟଣା। ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି।
ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ତିଳେଇପଶି ଗୁଦୁରାସାହିରେ ମହିଳା ଜଣକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ଘର ଭାଙ୍ଗିଦେଇଥିଲା। ଏହାପରେ ମହିଳାଙ୍କୁ ଦଳି ଚକଟି ମାରିଦେଇଥିଲା।
ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ ଓ ଦୁଇ ପୁଅ। ତେବେ ହାତୀର ଏହି ଉତ୍ପାତକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସର ତଦନ୍ତ ଜାରି ରହିଛି।
Comments are closed.