Latest Odisha News

BREAKING NEWS

ଯୁବତୀଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି, ଦିନକୁ ୨ ଥର କରନ୍ତି ସେଭିଙ୍ଗ

ନ୍ୟୁୟର୍କ: ନିଶ ଦାଢି ପୁରୁଷଙ୍କ ସୌନ୍ଦର୍ଯ୍ୟ । ତେବେ କେତେକ  ମହିଳାଙ୍କ ମୁହଁରେ ନିଶଦାଢି ଉଠିବା ଆମେ ଦେଖିଛୁ ।  ହରମୋନାଲ ଇମବାଲାନ୍ସ ହେବା କାରଣରୁ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ।  ତେବେ ମହିଳାଙ୍କ ମୁହଁରେ ଏପରି  ଦାଢି କେବେ ଦେଖି ନ ଥିବେ  ।

ଦାଢି ଥିବା ମହିଳା ହେଉଛନ୍ତି ୩୦ ବର୍ଷୀୟ ପର୍ଫର୍ମର ଡକୋଟା କୁକ୍ । ଆମେରିକାର ଲାସ ଭେଗସରେ ରୁହନ୍ତି କୁକ।  କୁକଙ୍କ କହିବାନୁଯାୟୀ, ୧୩ ବର୍ଷ ବୟସରୁ ତାଙ୍କୁ ଦାଢି ଆସିବା ଆରମ୍ଭ ହୋଇଯାଇଥିଲା । ପରେ ଅଧିକ ଦାଢି ଆସିବାରୁ ସେ ଡିପ୍ରେସନରେ ମଧ୍ୟ ରହୁଥିଲେ । ସେ ସେଭିଙ୍ଗ କରୁଥିଲେ, ଏମିତି କି ଦିନରେ ଦୁଇଥର ସେ ସେଭିଙ୍ଗ କରୁଥିଲେ ଏବଂ ସପ୍ତାହରେ ଥରେ ୱାକ୍ସିଂ କରୁଥିଲେ ।

ପରେ ସେଭିଙ୍ଗି କରି କରି ତାଙ୍କରେ ମୁହଁରେ ଦାଗ ହୋଇଯାଇଥିଲା । ଚେହେରା ଲାଲ ପଡିବା ସହ କୁଣ୍ଡାଇ ହେଉଥିଲା । ଯେଉଁଥି ପାଇଁ ଏବେ ସେ ସେଭିଙ୍ଗ ଓ ଓ୍ୱେକ୍ସିଙ୍ଗ କରିବା ବନ୍ଦ କରିଦେଇଛନ୍ତି । ୨୦୧୫ରେ କୁକ ଏକ ସର୍କସରେ ଦାଢିଥିବା ମହିଳାଙ୍କୁ ଦେଖି ତାଙ୍କ ସହ କଥା ହୋଇଥିଲେ । ମହିଳାଙ୍କ କଥା ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ, ସେ ସେଭିଙ୍ଗି ଓ ଓ୍ୱେକସିଙ୍ଗ ବନ୍ଦ କରିଦେଇ ଦାଢି ବଢାଇବା ଆରମ୍ଭ କରିଛନ୍ତି । ଡାକ୍ତରଙ୍କ କହିବାନୁସାରେ, କୁକଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନର ମାତ୍ରା ଅଧିକ ଥିବାରୁ ତାଙ୍କ ମୁହଁରେ ଦାଢି ଉଠୁଛି ।

ବୟସ ବଢିବା ସହିତ ହରମୋନ ଦ୍ୱାରା ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ । କେତେକ ମହିଳାଙ୍କ ଶରୀରର କିଛି କିଛି ସ୍ଥାନରେ ଚୁଟି ବାହାରିଥାଏ । ଯେମିତି ଓଠ ଉପରେ, ଥୋଡିରେ, ପେଟର ତଳ ଅଂଶରେ, ଛାତିରେ । ଏହାକୁ ଡାକ୍ତରୀ ଭାଷାରେ ହିରସ୍ୟୁଟିଜମ କୁହାଯାଏ । ଶରୀରରେ ପୁରୁଷ ହରମୋନର ବୃଦ୍ଧି କିମ୍ୱା ମହିଳା ହରମୋନ ହ୍ରାସ ହେଲେ ହରମୋନ ଅସନ୍ତୁଳିତ ହୁଏ ଏବଂ କେତେକ ସ୍ଥାନରେ ଅବାଞ୍ଛିତ କେଶ ବଢିଥାଏ । ହିରସ୍ୟୁଟିଜମ ସ୍ଥିତିରେ ମହିଳାଙ୍କ ଠାରେ ଅନେକ ପରିବର୍ତ୍ତନ ଦେଖାଯାଏ । ଯେମିତିକି କେଶ ଉଠିବା, ସ୍ୱର ଭାରି ହେବା, ବ୍ରେଷ୍ଟ ସାଇଜ କମିଯିବା, ମାଂସପେଶୀ ବଢିବା ଆଦି ଦେଖାଯାଇଥାଏ ।

Comments are closed.