Latest Odisha News

ପେଟ୍ରୋଲିୟମ୍ ପାଇପ୍ ଲାଇନ ବିପର୍ଯ୍ୟୟକୁ ନେଇ ମକଡ୍ରିଲ୍

ଜଗତସିଂହପୁର: ପାଇପ୍ ଲାଇନ୍ ଫାଟି ହୁତୁହୁତୁ ହୋଇ ନିଆଁ ଜଳୁଛି । ଜୀବନ ବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ୁଛନ୍ତି । ପେଟ୍ରୋଲିୟମ୍ ପାଇପ୍ ଲାଇନ୍ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଆହତଙ୍କୁ ମେଡିକାଲ୍ ନେବା ପାଇଁ ଛିଡ଼ା ହୋଇଛି ଆମ୍ବୁଲାନ୍ସ । ସତ ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଇପ୍ ଲାଇନ୍ ଦୁର୍ଘଟଣାରୁ ସୁରକ୍ଷିତ ରହିବା ଲାଗି ଆଶ୍ରମପାଟଣା ପଡ଼ିଆରେ କରାଯାଇଛି ମକଡ୍ରିଲ୍ । ପାରାଦୀପ-ରାୟପୁର-ରାଞ୍ଚିକୁ ପେଟ୍ରୋଲିୟମ ପାଇପ ଲାଇନ୍ ଯାଇଛି । ପାଇପ୍ ଲାଇନ୍ ଯାଇଥିବା ଅଞ୍ଚଳର ଲୋକଙ୍କୁ ସଚେତନ କରିବା ଲାଗି ମକଡ୍ରିଲ୍ ହୋଇଛି ।

ଯେଉଁଥିରେ କୌଣସି ବିପର୍ଯ୍ୟୟ ଘଟିଲେ କିଭଳି ପ୍ରତିକାର କରାଯିବ ସେନେଇ ଡେମୋ ଦେଖାଇଛନ୍ତି ଅଗ୍ନିଶମ, ଓଡ୍ରାଫ, ଆଇଓସିଏଲ୍ ଉଦ୍ଧାରକାରୀ ଦଳ । କୌଣସି ପରିସ୍ଥିତିରେ ନିଆଁ ଲାଗିଲେ ଅଥବା ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ହେଲେ କିଭଳି ତୁରନ୍ତ ଉଦ୍ଧାର କରାଯିବ ସେନେଇ ଡେମୋ ପ୍ରଦର୍ଶିତ ହୋଇଛି ।

Leave A Reply

Your email address will not be published.