Latest Odisha News

BREAKING NEWS

ଧାନ ବିଲରେ ହେଲା ପ୍ରେମ, ୬୦ ବର୍ଷରେ ବିବାହ କଲେ ବୃଦ୍ଧ-ବୃଦ୍ଧା

କେନ୍ଦ୍ରାପଡ଼ା : ବୁଢ଼ା ବୟସରେ ହେଲା ପ୍ରେମ । ବରକୁ ୬୩, କନିଆଁକୁ ୬୭ । ଉଭୟଙ୍କର ରହିଛି ୬ଟି ସନ୍ତାନ  । ପଚାରିଲାନି ପରିଚାର । ବାହାହେଲେ ବୃଦ୍ଧ-ବୃଦ୍ଧା ଦମ୍ପତ୍ତି । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗଗୁଆ ପଞ୍ଚାୟତର ଗୁଳୁଦିଆ ଗାଁରେ ।

ସୂଚନା ଅନୁଯାୟୀ, ଦୁଇ ପୁଅ ଓ ଗୋଟିଏ ଝିଅର ବାପା ହେଉଛନ୍ତି ଶକ୍ତି ପ୍ରସାଦ। ପୁଅ ଓ ଝିଅଙ୍କ ବାହାଘର ହୋଇଯାଇଛି। ନାତି ନାତୁଣୀ ଖେଳାଇବା ବୟସରେ ଶକ୍ତିଙ୍କ ହାତ ଛାଡ଼ି ଦେଇଥିଲେ ତାଙ୍କ ସ୍ତ୍ରୀ  । ୬ ବର୍ଷ ତଳେ ପତ୍ନୀଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଥିଲେ ଶକ୍ତି। ଏପରି ଦୁଃଖଦ ସମୟରେ ପୁଅ, ବୋହୂ, ଝିଅ ଓ ଜ୍ୱାଇଁ କେହି ସମବେଦନା ଜଣାଇ ନଥିଲେ । ବୟସ କାରଣରୁ ଶକ୍ତି ଅସୁସ୍ଥତା ଅନୁଭବ କରୁଥଲେ । କାମଦାମ କରି ଚଳୁଥିବା ଶକ୍ତିଙ୍କ ଜୀବନ ଯନ୍ତ୍ରଣାଦାୟକ ହୋଇପଡ଼ିଥିଲା। ସେଥିପାଇଁ ସେ ଜୀବନସାଥୀ ଖୋଜିବାରେ ଲାଗି ପଡ଼ିଥିଲେ।

ଶକ୍ତିଙ୍କ ପରି ସମ ଦଶା ଭୋଗୁଥିଲେ ଭଜେଶ୍ୱରୀ। ବୟସ ୬୭ ହେବ। ଦୁଇ ପୁଅ, ଝିଅ ଓ ସ୍ୱାମୀଙ୍କୁ ନେଇ ପୂରା ସଂସାର। ପୁଅ ଓ ଝିଅଙ୍କ ବାହାଘର ମଧ୍ୟ ସରିଛି। ଦେଢ଼ ବର୍ଷ ତଳେ ଭଜେଶ୍ୱରୀ ତାଙ୍କ ସିନ୍ଦୂର ହରାଇ ଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ଭଜେଶ୍ୱରୀଙ୍କ କଥା ବୁଝିନଥିଲେ ପରିବାର। ସମ୍ପୂର୍ଣ୍ଣ ଏକଲା ହୋଇଯାଇଥିଲେ ଭଜେଶ୍ୱରୀ ସାହାରା ଖୋଜି ବୁଲୁଥିବା ବେଳେ ବିଲରେ ଧାନ କାଟୁ କାଟୁ ଶକ୍ତିଙ୍କ ସହିତ ଦେଖା ହୋଇଥିଲା। ଉଭୟ ପରସ୍ପର ପ୍ରେମରେ ପଡ଼ିଗଲେ। ଆଉ ବାହା ହେବା ପାଇଁ ନିଷ୍ପତ୍ତି ନେଲେ।

ଏହି ଖବର ପ୍ରଚାରିତ ହେବା ପରେ ଭଜେଶ୍ୱରୀ ଓ ଶକ୍ତିଙ୍କ ପୁଅ, ବୋହୂ ଓ ଝିଅମାନେ ଏହି କଥାକୁ ଗହଣ କରିପାରିନଥିଲେ । କିନ୍ତୁ ଦୁହେଁ କାହା କଥା ନ ଶୁଣି ମହାକାଳପଡ଼ାର କାକଟପୁର ଜଗନ୍ନାଥ ମନ୍ଦିରରେ ଉଭୟ ବାହା ହୋଇଥିଲେ।

Leave A Reply

Your email address will not be published.