ବଲାଙ୍ଗିର : ମା‘ ଝିଅଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ରୁଗିଡିପଡା ମ୍ୟୁନିସିପାଲିଟିରେ ଘଟିଛି। ଗୁରୁତର ମା’ଝିଅ ହେଲେ ଗାୟତ୍ରୀ କୁମ୍ଭାର ଓ ତାଙ୍କ ଝିଅ ଆରତୀ କଲେତ।ଗାୟତ୍ରୀ କୁମ୍ଭାର ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ରୁହନ୍ତି। ତାଙ୍କ ଝିଅ ଆରତୀ ଗତ ରାତିରେ ମା’ଙ୍କ ଭେଟିବାକୁ ଆସିଥିଲେ। ଉଭୟ ମା’ଝିଅ କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ଉଭୟଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ ।
ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଗାୟତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଗାୟତ୍ରୀଙ୍କୁ ବଲାଙ୍ଗିର ହସପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.