ବ୍ରହ୍ମପୁର: କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଘଟଣାର କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର SDJMଙ୍କ କୋର୍ଟ। ଶୁକ୍ରବାର ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି।
ଶୁକ୍ରବାର ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମହିଳାଙ୍କୁ ପୋଲିସ କାବୁ କରିବା ପରେ ବୈଦ୍ୟନାଥପୁର ଥାନାକୁ ନେଇ ପଚରାଉଚରା କରୁଛି। ମହିଳାଙ୍କ ପରିଚୟ ମିଳିନାହିଁ। ସେହିଭଳି ସେ କାହିଁକି ଆତ୍ମାହୁତି ଉଦ୍ୟମ କରିଛନ୍ତି, ପୋଲିସ ଏହାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ବ୍ରହ୍ମପୁର SDJMଙ୍କ କୋର୍ଟ ଭିତରେ ପଶି ଜଣେ ବ୍ୟକ୍ତି ବିଚାରପତିଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ।
Comments are closed.