Latest Odisha News

BREAKING NEWS

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଲେଖାଯାଇଛି । ଏହାକୁ  ଏବିଭିପି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହା ପଛରେ ଲେଫ୍ଟ ୱୀଙ୍ଗ ଛାତ୍ରଙ୍କର ହାତ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ୟୁନିଭସିର୍ଟି ଭିସି ।

ୟୁନିଭସିର୍ଟିର ଅନେକ ସ୍ଥାନରେ ବ୍ରାହ୍ମଣ ବିରୋଧୀ ସ୍ଲେଗାନ ଲେଖାଥିବା ଦେଖିବାକୁ ମିଳିଥିଲା । ପ୍ରାଚୀରର କାନ୍ଥରେ ଲାଲ ରଙ୍ଗରେ ବଡ ବଡ ଅକ୍ଷରରେ ଲେଖାଯାଇଛି ବ୍ରାହ୍ମଣ ଏବଂ ବନିଆ..ଆମେ ଆସୁଛୁ । ଅନ୍ୟଏକ କାନ୍ଥରେ ହ୍ୟାସଟାଗ ସହ ଲେଖାଯାଇଛି We will Avenge.. ଅର୍ଥାତ ଆମେ ପ୍ରତିଶୋଧ ନେବୁ । ଅନ୍ୟ ଏକ ସ୍ଥାନରେ ଲେଖାଯାଇଛି, There Will Be Blood..ଅର୍ଥାତ ଏଠାରେ ରକ୍ତ ବହିବ.. । ଏପରି ଉତ୍ତେଜନ ଜାତି ବିରୋଧୀ ସ୍ଲୋଗାନକୁ ଦେଖିବା ପରେ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

କେତେକ ଗୁଡିଏ ଫଟୋର ଗୋଟିଏ ପାଖରେ ବ୍ରାହ୍ମଣ ଭାରତ ଛାଡ ସ୍ଲୋଗାନ ଲେଖା ଯାଇଥିବାବେଳେ ଅନ୍ୟ ପାଖରେ ବ୍ରାହ୍ମଣ-ବନିଆ ଫଟୋ ସହ ଅନ୍ୟ ସ୍ଲୋଗାନ ଲେଖାଯାଇଛି । ସେତିକି ନୁହେଁ, ଜେଏନୟୁର କେତେଜଣ ପ୍ରଫେସରଙ୍କ ଚାମ୍ବରକୁ ମଧ୍ୟ ଟର୍ଗେଟ କରାଯାଇଛି । ଉକ୍ତ ପ୍ରଫେସରଙ୍କ ଚାମ୍ବର ନେମପ୍ଲେଟ ପାଖରେ ପ୍ରଫେସରଙ୍କ ନାଁ ପାଖରେ ‘Go Back To Shakha’ ଲେଖା ରହିଛି । ସେହିପରି କାନ୍ଥର ଏକ ନୀଳ ରଙ୍ଗର ନେମ ପ୍ଲେଟରେ ରାଜ ଯାଦବ ବୋଲି ଉଲ୍ଲେଖ ରହିଛି । ଏହାର ଠିକ ତଳେ ଲାଲ ରଙ୍ଗରେ ଶାଖା ଫେରିଯାଅ ବୋଲି ଉଲ୍ଲେଖ ରହିଛି । ଏଠାରେ ଶାଖାର ଅର୍ଥ ହେଉଛି ଆରଏସଏସର ଶାଖାକୁ ଟାର୍ଗେଟ କରାଯାଇଛି ।

ସବୁ ସ୍ଲୋଗାନ ଲାଲ ରଙ୍ଗରେ ଲେଖାଯାଇଛି । ଏବିଭିପି ଅଧ୍ୟକ୍ଷ ରୋହିତ କୁମାର ଏହି ସ୍ଲୋଗାନ ସମ୍ପର୍କରେ ଜେଏନୟୁ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏହା ପଛରେ ଲେଫ୍ଟ ୱିଙ୍ଗର ହାତ ଥିବା ସେ ଅଭିଯୋଗ କରିଛନ୍ତି ।

 

Comments are closed.