Latest Odisha News

BREAKING NEWS

ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ସମ୍ବଲପୁର: ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା  । ହତ୍ୟା ସେ ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ  ବରଂ ଥାନା ସାମ୍ନାରେ । ଅଭିଯୋଗ କରିବାକୁ ଆସୁଥିଲେ ମହିଳା, ତେବେ ସେହି ଥାନା ସାମ୍ନାରେ ହିଁ ଅଭିଯୁକ୍ତ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ।

ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ । ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ । ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗାଁର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣକ ଥାନାକୁ ଆସୁଥିବା ବେଳେ ତାଙ୍କର ସମ୍ପର୍କୀୟ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା  । ଏନେଇ ଉକ୍ତ ମହିଳା ଜଣଙ୍କ ଥାନାକୁ ଅଭିଯୋଗ  କରିବା ପାଇଁ ଆସୁଥିବାବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିଛନ୍ତି  ।

Comments are closed, but trackbacks and pingbacks are open.