ଜନ୍ମଦିନ ସର୍ବଦା ସ୍ୱତନ୍ତ୍ର । ନିଜ ଜନ୍ମଦିନ କେମିତି ପାଳନ କରିବେ, କାହାକୁ ଡ଼ାକିବେ ଓ ଏହା ଅନେକଙ୍କଠାରୁ କିପରି ଭିନ୍ନ ହେବ ଅନେକ ସମୟରେ ଲୋକେ ଆଗରୁ ଯୋଜନା କରିଥାନ୍ତି । କିନ୍ତୁ ନିଜ ପାଳିତ ବିଲେଇର ଜନ୍ମଦିନ ଧୁମ୍ଧାମ୍ରେ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଦୁଇ ଜଣ ମହିଳା । ଏହି ଜନ୍ମଦିନର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମଜା କଥା ହେଉଛି, ନିଜ ସନ୍ତାନସନ୍ତତିଙ୍କର ଯେଭଳି ଧୁ୍ମ୍ଧାମ୍ରେ ଜନ୍ମଦିନ ପାଳନ କରାଯାଏ ସେହିଭଳି ବିଲେଇଟିର ଜନ୍ମଦିନ ପାଳି ଓ ପାର୍ଟି ଆୟୋଜନ କରି ଅନେକ ଲୋକଙ୍କୁ ଭୋଜିଭାତ ଦେଇଛନ୍ତି ଏହି ଦୁଇ ମହିଳା ।
ଭିଡିଓରେ ୨ ଜଣ ମହିଳା ବେଲୁନରେ ଘର ସଜାଇବା ସହ ବିଲେଇ ପାଇଁ ଫୁଲ ଏବଂ ଆଲୋକ ଲଗାଉଥିବା ଦେଖିବାକୁ ମିଳିଛି । ଟେବୁଲ ଉପରେ କିଛି ଖାଦ୍ୟ ଏବଂ ପିଠା ରଖାଯାଇଛି । ସବୁକିଛି ପ୍ରସ୍ତୁତ ହେବା ପରେ, ସେମାନେ ବିଲେଇର ଫଟୋ ଉଠାଇ ଜନ୍ମଦିନ ପାଳନ କରିଛନ୍ତି । ପରେ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତ ବି କରାଯାଇଛି । ମଜାକଥଶ ହେଉଛି, ଏହି ଜନ୍ମଦିନରେ ଯୋଗଦେଇଥିବା ଅତିଥିମାନେ ଉପହାର ମଧ୍ୟ ଦେଇଛନ୍ତି । ଗୋଟେ ସାଧାରଣ ବିଲେଇ ପାଇଁ ଏପରି ଜନ୍ମଦିନ ପାଳନ କରାଯାଇପାରେ ବୋଲି କହି ପ୍ରଶଂସା କରିଛନ୍ତି ଅନେକ ।
Comments are closed.