Latest Odisha News

BREAKING NEWS

ନଦୀ ପଠାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ, ଛାନଭିନ କରୁଛି ଭଟଲି ପୋଲିସ

ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି  ।   ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ  । ବ୍ରିଜ ଉପରୁ ଏକ ଧାରୁଆ ଅସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି  ।  ତାଙ୍କୁ ହତ୍ୟା କରି ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

ସୂଚନା ଅନୁଯାୟୀ  ପ୍ରଥମେ ସ୍ଥାନୀୟ ଲୋକେ ବ୍ରିଜ ତଳେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ  । ପରେ ଏମାନେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  । ସେପଟେ ନଦୀକୂଳରୁ ଏପରି ରକ୍ତାକ୍ତ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି  ।

Leave A Reply

Your email address will not be published.