Latest Odisha News

BREAKING NEWS

ସୁନ୍ଦରଗଡରେ ଦନ୍ତା ଦୌରାତ୍ମ୍ୟ : ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ବାର, ଚିନ୍ତାରେ ବନ ବିଭାଗ

ସୁନ୍ଦରଗଡ଼:  ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡରେ ହାତୀ ପଲଙ୍କ ଉପଦ୍ରବ  । ପାହାଡରେ କିଛି ଦିନ ରହିବା ପରେ ଏହି ହାତୀ ପଲ  ଏବେ ଧିରେ ଧିରେ ଗାଁ ମୁହାଁ ହେଉଛନ୍ତି  । ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ  ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ଆତଙ୍କ ମଚାଉଛନ୍ତି ।  ୪ଟି ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହିତ ସଂଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି ।

ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି । ଏକ ମାସରୁ ଅଧିକ ସମୟ ହେଲାଣି ଗାଁରେ ଏଭଳି ଘଟଣା ଘଟୁଛି  । ତଥାପି ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି   । ଲୋକେ ରାତି ଅନିଦ୍ରା ହୋଇ ନିଜ ଚାଷ ଜମିକୁ ଜଗି ରହୁଛନ୍ତି । ଏବଂ ଜନବସିତି ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.