ଭୁବନେଶ୍ୱର: ଜୟ ନାରାୟଣ ମିଶ୍ରଙ୍କୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ଲଗାତର ଆକ୍ରମଣ କରୁଛନ୍ତି। ହତ୍ୟା ପ୍ରସଙ୍ଗରେ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି। ସେପଟେ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ଆକ୍ରମଣାତ୍ମକ ହୋଇଛି।
ମହିଳା ବିଧାୟକ ମାନେ ଜୟନାରାୟଣ ମିଶ୍ରଙ୍କ ଯୋଗୁ ଅସୁରକ୍ଷିତ ବୋଲି ବାଚସ୍ପତିଙ୍କୁ ଭେଟି ଅବଗତ କରାଇଛନ୍ତି ବିଜୁ ମହିଳା ଜନତା ଦଳ ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ। ଜୟ ନାରାୟଣ ଜଣେ ଅପରାଧୀ ବୋଲି କହିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି କହିଛନ୍ତି। ତାଙ୍କୁ ବିରୋଧୀ ଦଳ ନେତା ପଦରୁ ଅବ୍ୟାହତି ଦିଆଯାଉ ବୋଲି ଦାବି କରିଛି ବିଜେଡ଼ି।
ଏପରିକି ବିଜେଡି ନବ ଦାସ ହତ୍ୟାକାଣ୍ଡକୁ ନେଇ ଓଲଟା ତୀର ମାରିଛି। ପଦମପୁର ଉପନିର୍ବାଚନ ସମୟରେ ବିଧାୟକ ରୁଦ୍ର ମହାରଥୀ ଦାୟିତ୍ୱରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର ନିର୍ବାଚନରୁ ଦୂରେଇ ରହିବା ପାଇଁ ନବ ଦାସଙ୍କୁ ଧମକ ଦେଉଥିବା କହିଛନ୍ତି ରୁଦ୍ର। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ଏ ଘଟଣାରେ ସଂପୃକ୍ତି ଅଛି ବୋଲି ସନ୍ଦେହ ହେଉଛି ଓ ତାର ତଦନ୍ତ ହେବା ଦରକାର ବୋଲି ରୁଦ୍ର ମହାରଥୀ କହିଛନ୍ତି।
ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ବିଜେଡି ବିଜେପି ମଧ୍ୟରେ ଏକ ରାଜନୈତିକ ଯୁଧ୍ୟରେ ପରିଣତ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଆକ୍ଷେପ ପ୍ରତିଆକ୍ଷେପ ପର୍ବ କେତେ ବାଟ ଯାଉଛି ତା ଉପରେ ନଜର ।
Comments are closed.