Latest Odisha News

BREAKING NEWS

୨.୫୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି ଗଞ୍ଜାମର ମହିଳା ଗୋଷ୍ଠୀ

ବ୍ରହ୍ମପୁର: ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛି ଭାରତ। ‘ଆଜାଦୀକା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର ତ୍ରିରଙ୍ଗା’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ରାଜ୍ୟରେ ୩୦ଲକ୍ଷ ପତାକା ସିଲେଇ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ବିଭିନ୍ନ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଛନ୍ତି। ଗଞ୍ଜାମ ଜିଲାରେ ଥିବା ମହିଳା ଗୋଷ୍ଠୀଙ୍କୁ ୨ଲକ୍ଷ ୫୦ହଜାର ତ୍ରିରଙ୍ଗା ପତାକା ସିଲେଇ କରିବାକୁ କୁହାଯାଇଛି ।

ଜିଲାର ୬୦ଟି ସିଲେଇ ୟୁନିଟ୍‌ରେ ୯୩୩ମହିଳା ଏହି କାର୍ଯ୍ୟରେ ଲାଗିଛନ୍ତି । ଗତ ଜୁଲାଇ ୨୫ତାରିଖରୁ ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି । ବହୁ ୟୁନିଟ୍‌ରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛି ମହିଳା ଗୋଷ୍ଠୀ ପତାକା କାର୍ଯ୍ୟରେ ଲାଗିପଡିଛନ୍ତି ।
ସୂଚନା ଅନୁଯାୟୀ, ଜିଲାର ଆସିକା ବ୍ଲକର ମାଁ ଖମ୍ବେଶ୍ବରୀ ମହିଳା ପ୍ରଡ଼୍ୟୁସର ଗ୍ରୁପ ୨ହଜାର ଜାତୀୟ ପତାକା ସିଲେଇ କରିବାକୁ ଆଦେଶ ରହିଥିବା ବେଳେ ଭଞ୍ଜନଗର ବ୍ଲକର ମା’ ବିଣାପାଣୀ ଗ୍ରୁପ ୧୦ହଜାର, ବୁଗୁଡ଼ା ବ୍ଲକର ଶ୍ରୀ ଶ୍ରୀ ବଳଦେବ ସ୍ବାମୀ ଗ୍ରୁପ୍‌ ୧୦ହଜାର, ଛତ୍ରପୁର ବ୍ଲକର କରାପଲ୍ଳୀ ଟେଇଲରିଂ ୟୁନିଟ୍‌ ୧୦ହଜାର, ଧରାକୋଟ ବ୍ଲକର ମା’ କୋଠାରୀ ଗ୍ରୁପ୍‌ ୧୦ହଜାର ପତାକା, ଗଞ୍ଜାମ ବ୍ଲକର ମାଳି ଜଗନ୍ନାଥପୁର ପ୍ରଡ୍ୟୁସର୍ସ ୧୦ହଜାର, ହିଞ୍ଜିଳିକାଟୁ ବ୍ଲକ ସିଂହବାହିନୀ ଗ୍ରୁପ୍‌ ୨୦ହଜାର, କବିସୂର୍ୟ୍ୟନଗର ବ୍ଲକର ମାଁ ଗାୟତ୍ରି ଗ୍ରୁପ୍‌ ୨୦ହଜାର, ଖଲ୍ଲିକୋଟ ବ୍ଲକର ଜ୍ୟେସ୍ନାରାଣୀ ଗ୍ରୁପ୍‌ ୨୦ହଜାର, କୁକୁଡ଼ାଖଣ୍ଡି ବ୍ଲକର ଶ୍ରୀ ଲକ୍ଷ୍ମୀନୃସିଂହ ୨୦ହଜାର, ପୋଲସରା ବ୍ଲକର ଓମ୍‌ ଜୟଶ୍ରୀ ସ୍ବସ୍ତିକ ଗ୍ରୁପ୍‌ ୨୦ହଜାର, ରଙ୍ଗେଇଲୁଣ୍ଡା ବ୍ଲକର ମାଁ ମାଙ୍ଗଳା ଗ୍ରୁପ୍‌ ୧୦ହଜାର, ଶେରଗଡ଼ ବ୍ଲକର ମା ଦୁର୍ଗା ଗ୍ରୁପ୍‌ ୨୦ହଜାର, ସାନଖେମୁଣ୍ଡି ବ୍ଲକର ଜୟ ବଜରଙ୍ଗୀ ଟେଇଲରିଂ ଗ୍ରୁପ୍‌ ସର୍ବାଧିକ ୫ହଜାର ତ୍ରିରଙ୍ଗା ପତାକା ସିଲେଇ କରିବାକୁ ଟାର୍ଗେଟ୍‌ ପାଇଥିବା ମିଶନ ଶକ୍ତି ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.