Latest Odisha News

BREAKING NEWS

ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା

ସମ୍ବଲପୁର: ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡା ଶିଶୁକନ୍ୟା । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ ଘଟଣା । ଏହି ଶିଶୁ ଦୁଇଙ୍କର ମୁଣ୍ଡ ଅଲଗା ରହିଥିବା ବେଳେ ଛାତିରୁ ପେଟ ଲାଗି ରହିଛି ।

ଗତକାଲି ରାତିରେ ଯୋଡା ଶିଶୁ ଜନ୍ମ ହୋଇଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ଗୁରୁତର ଅବସ୍ଥାରେ ଏହି ଯୋଡା ଶିଶୁକନ୍ୟାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯିବ ।  ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଏଭଳି ଯୋଡ଼ା ଶିଶୁଙ୍କ ଅଧିକ ଚିିକିତ୍ସା ପାଇଁ ସୁବିଧା ନଥିବା କହି ବୁର୍ଲା କିମ୍ବା କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ତେବେ ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ନେଇ ଶିଶୁର ବାପାମା’ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ଦୁଇ କନ୍ୟା ସନ୍ତାନଙ୍କ ମା’ ରବୀନା କୁମାରୀ ଗୁପ୍‌ଚୁପ୍ ବେପାର କରି ପେଟ ପୋଷୁ ଥିବାରୁ ପିଲାଙ୍କ ଚିକିତ୍ସା ଓ ଲାଳନପାଳନ କେମିତି କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ।

Leave A Reply

Your email address will not be published.