Latest Odisha News

ମାସ୍କ ପିନ୍ଧିଲେ ହବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଲାଗୁ କରିବାରେ ସରକାରଙ୍କର କୌଣସି ଯୋଜନା ନାହିଁ।

କେଜ୍ରିୱାଲ କହିଛନ୍ତି ଯେ, “ଆମେ ଲକଡାଉନ୍ ଲଗାଇବାକୁ ଚାହୁଁ ନାହୁଁ, ଯଦି ଆପଣ ମାସ୍କ ପିନ୍ଧିବା ଜାରି ରଖନ୍ତି ତେବେ ଆମେ ଲକ୍‌ଡାଉନ୍‌ ଲାଗୁ କରିବୁ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ।”

କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ରବିବାର ଦିନ ଦିଲ୍ଲୀରେ ପ୍ରାୟ ୨୨,୦୦୦ ମାମଲା ରିପୋର୍ଟ ହୋଇଛି। ସେ କହିଛନ୍ତି ଯେ ବଢୁଥିବା ମାମଲାଗୁଡ଼ି ଦେଖି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

Comments are closed.