Latest Odisha News

BREAKING NEWS

[ଭିଡ଼ିଓ] ଦୁର୍ବଳ ଡ୍ୟାମ୍ ଯୋଗୁ ଏକର ଏକର ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନୂଆପଡ଼ା: ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ନୂଆପଡ଼ା ଖଡ଼ିଆଳ ବଡ଼ମହେଶ୍ୱର ଚାଷୀ ଚିନ୍ତାରେ । ଦୁର୍ବଳ ତିଖାଲି ଡ୍ୟାମ୍ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଯୋଗୁ ଏକର ଏକର ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି । ନିମ୍ନମାନର କାମ ଯୋଗୁ କେନାଲ ଭାଙ୍ଗି ସବୁ ପାଣି ଚାଷ ଜମିରେ ପଶି ସମସ୍ତ ଫସଲ ନଷ୍ଟ ହୋଇଛି ।

ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଯାହା କିଛି ବାକି ଥିଲା ପାଣି ପଶି ସବୁ ନଷ୍ଟ ହୋଇ କ୍ଷତିରେ ପଡିଛି ଚାଷୀ ।

ଚାଷୀ ମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବୀମା ରାଶି ଗଣ୍ଡାକ ମିଳୁନଥିବା ବେଳେ ପ୍ରତିଥର କ୍ଷୟକ୍ଷତି ନେଇ କୌଣସି ଭରଣା ବି କରାଯାଉନି। ଏନେଇ ବହୁବାର ଅଭିଯୋଗ ହୋଇଥିଲେ ବି ପ୍ରତି ଥର ଭଳି ଚଳିତଥର ବି ମିଳିଛି ପ୍ରତିଶ୍ରୁତି। ଘଟଣାର ସମ୍ପ୍ରୁ୍ଣ୍ଣ ତଦନ୍ତ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ।

ଡାଲି ଫସଲ ସବୁ ନଷ୍ଟ ହୋଇଯାଇଥିବା ବେଳେ ଏନେଇ ଖୁବଶିଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ମାନେ। .. .

Leave A Reply

Your email address will not be published.