Latest Odisha News

ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ବନବିଭାଗର ଚଢାଉ, ୩ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ । କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ।  ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଅଁଳାବେରଣୀ ଫରେଷ୍ଟ ଟିମ ତୁମୁସିଙ୍ଗା ଗାଁରେ ଚଢ଼ାଉ କରିଥିଲା ।

ଏଥିରେ କାହାକୁ ଗିରଫ କରିନାହିଁ ବନବିଭାଗ । ଢେଙ୍କାନାଳ ମୋବାଇଲ ସ୍କ୍ୱାର୍ଡ ଓ ଅଁଳାବେରେଣୀ ଫରେଷ୍ଟ ଟିମ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା । ଘଟଣାରେ ବନ ବିଭାଗ କାହାକୁ ଅଟକ ରଖି ନଥିବା ବେଳେ କାଠ ଗୁଡିକ ଜବତ କରି ଅଁଳାବେରେଣୀ ବନ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରିରଖିଛି  ।

Leave A Reply

Your email address will not be published.