Latest Odisha News

BREAKING NEWS

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ ବ୍ୟାକେରିର ଡ୍ରଗ୍ସ ମାମଲାର ଖୁଲାସା ହୋଇଛି ।

ଏନସିବି ବେକେରୀ ଉପରେ ଚଢ଼ଉ କରିଥିଲା । ଏନସିବିକୁ ସୂଚନା ମିଳିଥିଲା ଯେ ବ୍ୟାକେରିରେ ଡ୍ରଗ୍ସ କାରବାର ହେଉଛି । ଚଢ଼ଉରେ ୧୬୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଡ୍ରଗ୍ସ ମିଶାଇ ଏଠାରେ କେକ୍ ଏବଂ ପେଷ୍ଟ୍ରି ପ୍ରସ୍ତୁତ କରାଯାଇଥିଲା । ମାମଲାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏନସିବି ଯାଞ୍ଚ କରୁଛି ଯେ ଏହା କେବେଠାରୁ ଏଠାରେ ଚାଲିଥିଲା, ବ୍ୟାକେରିର ଗ୍ରାହକ କିଏ  ।

Leave A Reply

Your email address will not be published.