ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍ପାସ୍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ କବି ଓ ପ୍ରଶାସକ ପ୍ରଦୀପ ବିଶ୍ୱାଳ ଏପରି ମତ ରଖିଛନ୍ତି ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯୁବକବି ଅଶୋକ କୁମାର ସିଂହଙ୍କ ଦ୍ୱିଭାଷୀ କବିତା ସଂକଳନ ‘ଦୃଶ୍ୟାନ୍ତର’ ଲୋକାର୍ପିତ ହୋଇଥିଲା । ଏହି ଆସରରେ ମୁଖ୍ୟ ବକ୍ତା ଥିଲେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଏବଂ ସମୀକ୍ଷକ ଥିଲେ କବି ଶକ୍ତି ମହାନ୍ତି ଓ କବି ପବିତ୍ର ମୋହନ କର ।
ଦ୍ୱିତୀୟ ଭାଗରେ ଟାଇମ୍ପାସ୍ ଦ୍ୱାରା ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା ଦିପୁନ ପୁହାଣ, ଆଲୋକ ରଂଜନ ଷଡ଼ଙ୍ଗି, ଲିପିରେଖା ମହାପାତ୍ର, ଶ୍ରାବଣୀ ନାଥ, ମନୋଜ କୁମାର ବେହେରା, ଅନ୍ନପୂର୍ଣ୍ଣା ଦାସ, ପ୍ରୀତିପଦ୍ମା ପଣ୍ଡା, ସୋନାଲୀ ମାଦେଳୀ, ପ୍ରଜ୍ଞା ପାରମିତା ରଥ, ବିଶ୍ୱଭାରତୀ ଦାଶ, ପ୍ରତିଭା ପ୍ରିୟଦର୍ଶିନୀ, ଜଗତବନ୍ଧୁ ମହାପାତ୍ର, ଲିନାରାଣୀ ଧଳ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ୧୪ ଜଣ ନବଲେଖକଙ୍କ ୧୪ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିସହିତ ୩୦ ବର୍ଷରୁ କମ୍ ବୟସର ୨୦ ଜଣ କବିଙ୍କ ନିର୍ବାଚିତ କବିତାକୁ ନେଇ ସରୋଜ ବଳଙ୍କ ସଂପାଦିତ ‘କବିତାରା’ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ନୂଆ ପିଢ଼ିର ଲେଖକମାନଙ୍କ ସହ ପ୍ରବୀଣ ଲେଖକମାନେ ଭାବର ଆଦାନ ପ୍ରଦାନ କରିଥିଲେ ଓ ସେମାନଙ୍କ ସୃଜନଯାତ୍ରା ବିଷୟରେ ସାକ୍ଷାତକାର ନେଇଥିଲେ । ଉତ୍ସବର ସଂଚାଳନ କରିଥିଲେ ପ୍ରକାଶକ ଓ କବି ସରୋଜ ବଳ । ରାଜ୍ୟର ବିଭିନ୍ନ ଅଂଚଳରୁ ଯୁବ ପ୍ରତିଭାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
BREAKING NEWS
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
Comments are closed.