ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍ପାସ୍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ କବି ଓ ପ୍ରଶାସକ ପ୍ରଦୀପ ବିଶ୍ୱାଳ ଏପରି ମତ ରଖିଛନ୍ତି ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଯୁବକବି ଅଶୋକ କୁମାର ସିଂହଙ୍କ ଦ୍ୱିଭାଷୀ କବିତା ସଂକଳନ ‘ଦୃଶ୍ୟାନ୍ତର’ ଲୋକାର୍ପିତ ହୋଇଥିଲା । ଏହି ଆସରରେ ମୁଖ୍ୟ ବକ୍ତା ଥିଲେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଏବଂ ସମୀକ୍ଷକ ଥିଲେ କବି ଶକ୍ତି ମହାନ୍ତି ଓ କବି ପବିତ୍ର ମୋହନ କର ।
ଦ୍ୱିତୀୟ ଭାଗରେ ଟାଇମ୍ପାସ୍ ଦ୍ୱାରା ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିବା ଦିପୁନ ପୁହାଣ, ଆଲୋକ ରଂଜନ ଷଡ଼ଙ୍ଗି, ଲିପିରେଖା ମହାପାତ୍ର, ଶ୍ରାବଣୀ ନାଥ, ମନୋଜ କୁମାର ବେହେରା, ଅନ୍ନପୂର୍ଣ୍ଣା ଦାସ, ପ୍ରୀତିପଦ୍ମା ପଣ୍ଡା, ସୋନାଲୀ ମାଦେଳୀ, ପ୍ରଜ୍ଞା ପାରମିତା ରଥ, ବିଶ୍ୱଭାରତୀ ଦାଶ, ପ୍ରତିଭା ପ୍ରିୟଦର୍ଶିନୀ, ଜଗତବନ୍ଧୁ ମହାପାତ୍ର, ଲିନାରାଣୀ ଧଳ, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ୧୪ ଜଣ ନବଲେଖକଙ୍କ ୧୪ଟି ପୁସ୍ତକ ଲୋକାର୍ପିତ ହୋଇଥିଲା । ଏଥିସହିତ ୩୦ ବର୍ଷରୁ କମ୍ ବୟସର ୨୦ ଜଣ କବିଙ୍କ ନିର୍ବାଚିତ କବିତାକୁ ନେଇ ସରୋଜ ବଳଙ୍କ ସଂପାଦିତ ‘କବିତାରା’ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା ।
ଏହି ଅବସରରେ ନୂଆ ପିଢ଼ିର ଲେଖକମାନଙ୍କ ସହ ପ୍ରବୀଣ ଲେଖକମାନେ ଭାବର ଆଦାନ ପ୍ରଦାନ କରିଥିଲେ ଓ ସେମାନଙ୍କ ସୃଜନଯାତ୍ରା ବିଷୟରେ ସାକ୍ଷାତକାର ନେଇଥିଲେ । ଉତ୍ସବର ସଂଚାଳନ କରିଥିଲେ ପ୍ରକାଶକ ଓ କବି ସରୋଜ ବଳ । ରାଜ୍ୟର ବିଭିନ୍ନ ଅଂଚଳରୁ ଯୁବ ପ୍ରତିଭାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
BREAKING NEWS
- Traffic Rule Violations: ସଡ଼କ ନିୟମ ଉଲ୍ଲଙ୍ଘନ କରୁଥିଲେ ସାବଧାନ… ମାର୍ଚ୍ଚ ୨୧ରୁ କଡ଼ା ଯାଞ୍ଚ
- Petrol LPG Crisis: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଅଭାବ ରୋକିବାକୁ ଅଣ୍ଟା ଭିଡ଼ିଲେ ସରକାର, ଶାହଙ୍କ ନେତୃତ୍ୱରେ କମିଟି ଗଠନ
- Monalisa Marries Boyfriend: ହାତକୁ ଦୁଇହାତ ହେଲେ ମହାକୁମ୍ଭ ଭାଇରାଲ ଗାର୍ଲ୍, ମୁସଲିମ ବୟଫ୍ରେଣ୍ଡଙ୍କ ସହ ମନ୍ଦିରରେ କଲେ ବିବାହ
- ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ: ଖରାଦିନେ ହେବନି ବିଜ୍ୟୁତ କାଟ୍
- ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି କଂଗ୍ରେସ
- LPG Gas Row Protests In Assembly: ବିଧାନସଭାରେ ଏଲପିଜି ଗ୍ୟାସ୍ ତାତି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
- Om Birla Back In Chair: ଗୃହକୁ ଫେରି ଭାବପ୍ରବଣ ହୋଇଗଲେ ବାଚସ୍ପତି ଓମ୍ ବିର୍ଲା, କହିଲେ, “ଚାପ ନୁହେଁ, ନିୟମରେ ପରିଚାଳନା କରେ ଗୃହ”
- ଭାରତ ପାଇଁ ଖୁସି ଖବର; ଇରାନ ନେଲା ବଡ଼ ନିଷ୍ପତ୍ତି..
- ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା
Comments are closed.