Latest Odisha News

BREAKING NEWS

ବିଶ୍ୱ କ୍ୟାନସର ଦିବସ: ଓଡିଶାରୁ ମିଳିଲା କ୍ୟାନସର ନାଶକାରୀ ଗଛ !

ଭୁବନେଶ୍ୱର: ସାରବିଶ୍ୱରେ ଆଜି ପାଳନ କରୁଛି କ୍ୟାନସର ଦିବସ । ଏହି ମାରାତ୍ମକବ ରୋଗ ପ୍ରତି ଲୋକଙ୍କ ସଚେତନତାକୁ ବୃଦ୍ଧି କରିବା ନିମନ୍ତେ ଏହି ଦିନର ସୃଷ୍ଟି ।

ବୈଜ୍ଞାନିକଙ୍କ ମତରେ ଆଜି ପର୍ଯ୍ୟନ୍ତ ଏହି ମାରାତ୍ମକ କ୍ୟାନସର ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧର ଆବିଷ୍କାର ହୋଇନାହିଁ । ଧୀରେଧିରେ ବୈଜ୍ଞାନିକ ମାନେ ଏହାର ପ୍ରତିକାର ବାହାର କରିବାରେ ଲାଗି ପଡିଛନ୍ତି ।

ତେବେ ଏଭଳି ସମୟରେ ଓଡିଶାରେ ଏପରି ଏକ ଗଛ ଚିହ୍ନଟ ହୋଇଛି ଯାହା କ୍ୟାନସର ଭଲ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି ।

ଆମେ ବିଜ୍ଞାନକୁ ନେଇ ଅଗ୍ରଗତି କରୁଛୁ ସିନା ହେଲେ ଆମେ ଆମର କୌଳିକତା ଏବଂ ପ୍ରକୃତିର ଦାନକୁ ଭୁଲି ଭୁଲି ଯାଉଛୁ ।

ପୃଥିବୀପୃଷ୍ଠରେ ଏମିତି ଅନେକ ବୃକ୍ଷ ଲତା ତଥା ଉଦ୍ଭିଦ ରହିଛି ଯାହାକୁ ଆୟୁର୍ବେଦରେ ଔଷଧର ମାନ୍ୟତା ମିଳିଛି। ଏସବୁ ଉଦ୍ଭିଦରେ ବହୁ ଦୂରାରୋଗ୍ୟ ବ୍ୟାଧିକୁ ମାତ୍ ଦେବାର କ୍ଷମତା ରହିଛି।

ଓଡ଼ିଶାର କେତେକ ଉଦ୍ଭିଦ ବିଜ୍ଞାନୀ ନିକଟରେ ଓଡ଼ିଶାର ଜଙ୍ଗଲରୁ ଏହି କେତେକ ବିରଳ ତଥା ଦୁର୍ମୂଲ୍ୟ ଔଷଧୀୟ ବୃକ୍ଷ ଖୋଜିବାରେ ସଫଳ ହୋଇଛନ୍ତି। ଏସବୁ ଔଷଧୀୟ ଗଛ ମୁଖ୍ୟତଃ କ୍ୟାନସର, ଡାଇବେଟିସ୍ ଓ ବିଭିନ୍ନ ପ୍ରକାରର ଚର୍ମରୋଗ ଦୂର କରିବାରେ ରାମବାଣ ଭଳି କାମ ଦେବ।

Leave A Reply

Your email address will not be published.