ନୂଆଦିଲ୍ଲୀ: ଦୁନିଆରେ କରୋନା ସଂକ୍ରମଣ ମାମଲା କେତେକ ଦେଶରେ ନିୟନ୍ତ୍ରଣରେ ଅଛି କିନ୍ତୁ ଅଧିକାଂଶ ଦେଶରେ ସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪.୯୬ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି। ସଂକ୍ରମଣରୁ ୩.୫୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ୭,୨୧୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ମେକ୍ସିକୋ, ଇଟାଲୀ, ଋଷିଆ, ଭାରତ, ଇରାନ, ପୋଲାଣ୍ଡ, ବ୍ରିଟେନ, ଫ୍ରାନ୍ସ, ବ୍ରାଜିଲରେ ସର୍ବାଧିକ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବିଶ୍ୱରେ ୬ କୋଟି ୩୦ ଲକ୍ଷ ୫୩ ହଜାର ମାମଲା ରୁଜୁ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୪ ଲକ୍ଷ ୬୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୩୫ ନିୟୁତରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୮୦ ଲକ୍ଷ ୫୬ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।
Comments are closed.