Latest Odisha News

BREAKING NEWS

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୪୬ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପୀ ୫.୪୬ଲକ୍ଷ କରୋନା ମାମଲା ଦେଖାଦେଇଥିବାବେଳେ ଏହି ବିପଜ୍ଜନକ ରୋଗ ହେତୁ ୧୦,୫୦୨ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପରେ ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ, ଇଂଲଣ୍ଡ, ଭାରତ ଏବଂ ଜର୍ମାନୀରେ ସର୍ବାଧିକ କରୋନା ମାମଲା ରିପୋର୍ଟ ହୋଇଛି। ଆମେରିକାରେ କୋଭିଡ -୧୯ ର ୧,୬୬,୦୦୦ ରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଥିଲା।

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୫ କୋଟି ୫୯ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୩ ଲକ୍ଷ ୪୩ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୮୯ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ୮୩ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଅଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.