Latest Odisha News

BREAKING NEWS

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ଗଣାମଲ ସାହିର ପ୍ରଶାନ୍ତ କୁମାର ଆପଟ, ସମୁଦ୍ରକୁଳ ଥାନା ରାମମନ୍ଦିର କାର୍ତ୍ତିକ ଜାଲି, ବାଙ୍କିମୁହାଣର ପୁରୁଷୋତ୍ତମ ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ ଓ ବାସେଳୀ ସାହି ଥାନା ମଶାଣିଚଣ୍ଡୀ ଛକର କାହ୍ନୁ ଚରଣ ବେହେରା ।

Leave A Reply

Your email address will not be published.