Latest Odisha News

BREAKING NEWS

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ ।

ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି କଟକଣା ଜାରି କରିଥି କମିଶନରେଟ୍ ପୋଲିସ । ଏହି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ପୋଲିସ କଡ଼ା ନଜର ରଖିବ । ବିଶେଷ କରି ବ୍ୟାଗ ନେଇ ଯାଉଥିବା ଲୋକଙ୍କ ପରେ ରହିବ ସ୍ୱତନ୍ତ୍ର ଦୃଷ୍ଟି ।

ଅଧିବେଶନ ଚାଲିଥିବା ବେଳେ ବିଧାନସଭା ସାମନା ରାସ୍ତାରେ ବାରମ୍ବାର ଆତ୍ମାହୂତି ଉଦ୍ୟମ ଘଟଣା ଘଟିଛି । ନିକଟରେ ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲାକୁ ନେଇ ସେମାନଙ୍କର ବାପା-ମାଆ ବିଧାନସଭା ଆଗରେ ଦେହରେ କିରାସିନି ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ । ତାପରେ ଚାଷୀ ଆତ୍ମାହୂତି ଉଦ୍ୟମ କରିଥିଲେ ।

Leave A Reply

Your email address will not be published.