Latest Odisha News

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୨ଲକ୍ଷ ୮୮ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୫୩ କୋଟିରୁ ଅଧିକ ହୋଇଥିବାବେଳେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୧ ଲକ୍ଷ ୮୫ ହଜାର ଅତିକ୍ରମ କରିଛି। ଆମେରିକାରେ ସଂକ୍ରମଣ ମାମଲା ସର୍ବାଧିକ ୯୨ ଲକ୍ଷ ୧୨ ହଜାର ୭୬୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୧୭୭ ରହିଛି। ଏହାସହିତ ଆମେରିକାରେ କରୋନାର ସବୁଠୁ ଖରାପ ସ୍ଥିତି ଦେଖିବାକୁ ମିଳିଛି।

ୱାର୍ଲଡ ମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ପ୍ରାୟ ୨ ଲକ୍ଷ ୮୮ ହଜାର ୯୨୨ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥି ସହିତ ୭ ହଜାର ୧୯୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୪ କୋଟି ୫୩ ଲକ୍ଷ ୧୨ ହଜାର ୭୬୨ଟି କରୋନା ମାମଲା ସାରା ବିଶ୍ୱରେ ରିପୋର୍ଟ ହୋଇଛି। ଏଥି ସହିତ ମୋଟ ୧୧ ହଜାର ୮୫ ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ୩ କୋଟି ୨୯ ଲକ୍ଷ ୮୫ ହଜାର ୫୬୧ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.