Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪.୮୩ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଉଛି। ଦୁନିଆରେ କରୋନା ସଂକ୍ରମଣର ସଂଖ୍ୟା ସାଢେ ଚାରି କୋଟି ୭୮ ଲକ୍ଷ ଅତିକ୍ରମ କରିଛି। ଏଥିମଧ୍ୟରୁ ୧୨ ଲକ୍ଷ ୧୯ ହଜାରରୁ ଅଧିକ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪.୮୩ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୮୧୯୫ ଜଣଙ୍କର ମୃତ୍ୟୁ ହୋଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ବେଲଜିୟମ, ରୁଷିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା।

ୱାର୍ଲଡ୍‌ ମିଟର ଅନୁଯାୟୀ, ସାରା ବିଶ୍ୱରେ ୪ କୋଟି ୭୮ ଲକ୍ଷ  ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୨ ଲକ୍ଷ ୧୯ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୪୩ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ସକ୍ରିୟ ମାମଲା ସଂଖ୍ୟା ୧ କୋଟି ୨୨ ଲକ୍ଷକୁ ବୃଦ୍ଧି ପାଇଛି, ଅର୍ଥାତ ବର୍ତ୍ତମାନ ଡାକ୍ତରଖାନାରେ ଏତେ ସଂଖ୍ୟକ ଲୋକ ଚିକିତ୍ସିତ ହେଉଛନ୍ତି।

Comments are closed.