ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ୨୧୫ଟି ଦେଶକୁ ମହାମାରୀ କରୋନା କାୟା ବିସ୍ତାର କରିସାରିଛି। କେତେକ ଦେଶରେ ଭାଇରସ୍ର ପୁନଃ ସଂକ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଯେଉଁଥିପାଇଁ ପ୍ରତିଦିନ ରେକର୍ଡ ସ୍ତରରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪.୭୬ ଲକ୍ଷ କରୋନା ମାମଲା ରେକର୍ଡ ହୋଇଛି। ଏହି ବିପଜ୍ଜନକ ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୬,୪୫୦ ଜଣଙ୍କର ମୃତ୍ୟୁ ହୋଇଛି। ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ସ୍ପେନ୍, ଆର୍ଜେଣ୍ଟିନାରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହୋଇଥିଲା।
ୱାର୍ଲଡ୍ ମିଟର ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୧୯ ଲକ୍ଷ ୬୫ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୪୨ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୧୧ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ୯୬ ଲକ୍ଷ ୪୭ ହଜାର ସକ୍ରିୟ ମାମଲା ଅଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
BREAKING NEWS
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
- ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
- ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ
Comments are closed.