Latest Odisha News

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୫୨ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଏହାର ବିପଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ସାଢେ ଚାରି କୋଟି ପାର୍‌ କରିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪କୋଟି ୫୨ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟାରେ କରୋନାରେ ୫୫୯୨ ଜଣଙ୍କର ମୃତ୍ୟୁ ହୋଇଛି।

ଅତୀତରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍‌ନାକୁ ଆସିଥିଲା। ଏହା ପରେ ଭାରତ, ଫ୍ରାନ୍ସ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ବେଲଜିୟମ, ରୁଷିଆରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା। କଲମ୍ବିଆରେ ୮ ହଜାର ରୋଗୀଙ୍କ ବୃଦ୍ଧି ପରେ ମୋଟ ସଂକ୍ରମିତ ସଂଖ୍ୟା ୧ ମିଲିୟନ ଅତିକ୍ରମ କରିଛି।

ୱାର୍ଲଡ ମିଟର ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୯ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୫୪ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୧୬ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ ସକ୍ରିୟ ମାମଲା ସଂଖ୍ୟା ୧ କୋଟିକୁ ବୃଦ୍ଧି ପାଇଛି, ଅର୍ଥାତ ବର୍ତ୍ତମାନ ଡାକ୍ତରଖାନାରେ ଏତେ ସଂଖ୍ୟକ ଲୋକ ଚିକିତ୍ସିତ ହେଉଛନ୍ତି।

Comments are closed.