Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ମାଞ୍ଚେଷ୍ଟର୍: ଭାରତୀୟ ବୋଲିଂ ସେନସେସନ୍ ମହମ୍ମଦ ସାମିଙ୍କ କ୍ରମାଗତ ଶାଣିତ ବୋଲିଂ ଭାରତକୁ ପୁଣି ଏକ ଚମତ୍କାର ବିଜୟ ଆଣିଦେଇଛି । ଭାରତ ଗୁରୁବାର ଦିନ ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି । ଭାରତୀୟ ବୋଲରଙ୍କ ତୀକ୍ଷଣ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ ଦଳ ଅଧିକ ସମୟ ତିଷ୍ଠି ପାରିନଥିଲା । ଦଳ ୩୪.୨ ଓଭରରେ ମାତ୍ର ୧୪୩ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରତିଯୋଗିତାରେ ଏକମାତ୍ର ଅପରାଜେୟ ଦଳ ଭାବେ ଭାରତ ବିଜୟଧାରା ଜାରି ରଖିଛି ।

ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଇଣ୍ଡିଜ୍ ସାମ୍ନାରେ ୨୬୯ ରନର ଲଢୁଆ ବିଜୟ ଲକ୍ଷ୍ୟ ରଖିପାରିଥିଲା । ଭାରତୀୟ ବୋଲରମାନେ ଆରମ୍ଭରୁ କାରବୀୟାନ୍ ବ୍ୟାଟିଂ ଦୁର୍ଗ ଉପରେ ଘନ ଘନ ଆକ୍ରମଣ କରିବାକୁ ଲାଗିଥିଲେ । ପୂର୍ବ ମ୍ୟାଚରେ ହ୍ୟାଟ୍ରିକ୍ ନେଇ ଦଳକୁ ବୀଜୟୀ କରିଥିବା ସାମି ଇଣ୍ଡିଜ୍ ଦଳର ସହଳ ୨ଟି ୱିକେଟ ଅକ୍ତିଆର କରିଥିଲେ । ଦୁର୍ଦ୍ଧଶ କ୍ରିସ ଗେଲଙ୍କ ବ୍ୟାଟ୍ କିଛି କରିସ୍ମା ଦେଖାଇବା ପୂର୍ବରୁ ହିଁ ସେ ସାମିଙ୍କ ଶିକାର ପାଲଟିଥିଲେ । ଗେଲଙ୍କୁ ୬ ରନରେ ଏବଂ ହୋପଙ୍କୁ ୫ରନରେ ପ୍ୟାଭିଲିୟନ ପଠାଇଦେଇଥିଲେ ବିଜୟୀ ବୋଲର୍ ମହମ୍ମଦ ସାମି ।

ଅନ୍ୟମାନଙ୍କ ମଧ୍ୟରେ ଆମ୍ବ୍ରିସ୍ ୩୧ ରନ, ପୁରନ ୨୮ ରନ ପରି ଆଖିଦୃଶିଆ ରନ କରିବାକୁ ସକ୍ଷମ ହୋଇଥିଲେ ।

ଭାରତୀୟ ବୋଲର୍ ସାମି ୬.୨ ଓଭର ବୋଲିଂ କରି ମାତ୍ର ୧୬ ରନ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ବିପଦପୂର୍ଣ୍ଣ ବୁମରା ୨ଟି, ଚହଲ୍ ୨ଟି ଏବଂ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ଅକ୍ତିିଆର କରିଥିଲେ ।

ଭାରତୀୟ କପ୍ତାନ ବିରାଟ କୋହଲୀଙ୍କ ପ୍ରଶଂସନୀୟ ବ୍ୟାଟିଂ ଲାଗି ତାଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ୍’ ଘୋଷିତ କରାଯାଇଛି ।

ଏହି ବିଜୟ ହାସଲ ଫଳରେ ଭାରତୀୟ ଦଳ ପଏଣ୍ଟ ତାଲିକାର ୨ୟ ସ୍ଥାନ ହାସଲ କରିଛି । ଅଷ୍ଟ୍ରେଲିଆ ୧୨ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଭାରତ ୧୧ ପଏଣ୍ଟ ସହିତ ୨ୟ ସ୍ଥାନରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ଏବଂ ଇଂଲଣ୍ଡ ୮ ପଏଣ୍ଟ ପାଇ ୪ ନମ୍ବର ସ୍ଥାନରେ ରହଛି । ବିରାଟଙ୍କ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ସ୍ଥାନ ନିଶ୍ଚିତ କରିବାକୁ ହେଲେ ଦଳକୁ ଆଉ ଗୋଟିଏ ବିଜୟର ଆବଶ୍ୟକତା ରହିଛି ।

Leave A Reply

Your email address will not be published.