Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ ୨୦୨୩କୁ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ:ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପକୁ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି । ବିଶ୍ୱକପର ମ୍ୟାଚଗୁଡ଼ିକୁ ଷ୍ଟାଡିୟମ ୧୨ ଲକ୍ଷରୁ ଅଧିକ ଲୋକ ଉପଭୋଗ କରିଛନ୍ତି । ପୂର୍ବରୁ କ୍ରିକେଟର କୌଣସି ବିଶ୍ୱକପ କିମ୍ବା ଟୁର୍ଣ୍ଣାମେଣ୍ଟରେ ଏତେ ସଂଖ୍ୟକ ଲୋକ ଷ୍ଟାଡିମୟ ଯାଇ ମ୍ୟାଚଗୁଡ଼ିକୁ ଦେଖି ନଥିଲେ । ୨୦୧୫ ବିଶ୍ୱକପକୁ ସର୍ବାଧିକ ଲୋକ ଦେଖିଥିଲେ । କିନ୍ତୁ ୨୦୨୩ ବିଶ୍ୱକପ ଉକ୍ତ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବା ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଲୋକ ଉପସ୍ଥିତି ରହିଥିଲେ । ତେବେ ଆୟୋଜକ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଯାଇଥିଲା। ଭାରତ ଖେଳୁ ନ  ଥିବା ମ୍ୟାଚ୍ଗୁଡ଼ିକରେ ମଧ୍ୟ ଦର୍ଶକଙ୍କ ଉପସ୍ଥିତି କମ ହେଉ ନଥିଲା ।

୧୦ ଭେନ୍ୟୁରେ ଖେଳାଯାଇଥିବା ବିଶ୍ୱକପର ସମସ୍ତ ମ୍ୟାଚ ୧୨,୫୦,୩୦୭ ଜଣ ଲୋକ ଦେଖିଛନ୍ତି ।  ସବୁଠାରୁ ଅଧିକ ଦର୍ଶକ ଭାରତ-ପାକିସ୍ତାନ ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିଥିଲେ ବୋଲି ଆଇସିସି କହିଛି । କ୍ରିକେଟ ଇତିହାସରେ ୧.୨୫ ମିଲିୟନ ଫ୍ୟାନ୍ସ ନୂଆ ରେକର୍ଡ ସୃଷ୍ଟି କରିଛି । ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଆୟୋଜନ ହୋଇଥିବା ବିଶ୍ୱକପ ମ୍ୟାଚଗୁଡ଼ିକୁ ୧୦,୧୬,୪୨୦ ଜଣ ଦର୍ଶକ ଷ୍ଟାଡିୟମ ଆସି ଦେଖିଥିଲେ । ସେହିପରି ୨୦୧୯ ବିଶ୍ୱକପର ଦର୍ଶକଙ୍କ ସଂଖ୍ୟା ୭,୫୨,୦୦୦ ରହିଥିଲା । ଏହି ସବୁ ରେକର୍ଡକୁ ଭାରତରେ ଆୟୋଜନ ହୋଇଥିବା ବିଶ୍ୱକପ ଭାଙ୍ଗି ଦେଇଛି । ଡିଜିଟାଲ ପ୍ଲାଟଫର୍ମରେ ଫାଇନାଲ ମ୍ୟାଚ୍ର ସିଧାପ୍ରସାରଣକୁ ହଟଷ୍ଟାରରେ ୫.୫୦ କୋଟିରୁ ଅଧିକ ଲୋକ ଦେଖିଥିଲେ।

Leave A Reply

Your email address will not be published.