Latest Odisha News

BREAKING NEWS

ଶ୍ରୀଲଙ୍କାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ଜିତିବା ଲକ୍ଷ୍ୟରେ ଭାରତ

ଲଣ୍ଡନ: ବିଶ୍ୱକପରେ ଆଜି ବିରାଟ ବାହିନୀ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି ପଡ଼ୋଶୀ ଶ୍ରୀଲଙ୍କା ସହିତ । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଶକ୍ତିଶାଳୀ ଭାରତୀୟ ଦଳ ପୂର୍ବରୁ ସେମିଫାଇନାଲକୁ ଉନ୍ନୀତ ହୋଇସାରିଥିବା ବେଳେ ଶ୍ରୀଲଙ୍କା କେବଳ ମ୍ୟାଚ ଖେଳି ଔପଚାରିତା ରକ୍ଷା କରିବ । ଭାରତ ଲାଗି ଏହି ମ୍ୟାଚ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ କାରଣ, ପଏଣ୍ଟ ତାରିକାର ଶୀର୍ଷ ସ୍ଥାନ କିମ୍ବା ୨ୟ ସ୍ଥାନ ବଜାୟ ରଖିବାକୁ ଭାରତ ମ୍ୟାଚ ଜିତିବା ଲକ୍ଷ୍ୟରେ ରହିବ ।

ପଏଣ୍ଟତାଲିକାରେ ଭାରତ ୧୩ ପଏଣ୍ଟ ସହିତ ୨ୟ ସ୍ଥାନରେ ରହିଛି । ଭାରତ ୮ଟି ମ୍ୟାଚରେ ୬ଟି ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଇଂଲଣ୍ଡଠାରୁ ପରାଜୟ ବରଣ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ପଏଣ୍ଟ ଭାଗ ହୋଇଥିଲା ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ ଏଲ ରାହୁଲ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନୀ (ୱିକେଟ ରକ୍ଷକ), ନିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ଜଶପ୍ରିତ ବୁମରା ଏବଂ କୁଲଦୀପ ଯାଦବ ।

Leave A Reply

Your email address will not be published.