ହନୋଇ: ବିଶ୍ୱରେ ଅନେକ ନାମୀ ଓ ଦାମୀ ହୋଟେଲ ରହିଛି । ତେବେ ଭିଏତନାମରେ ଏ ଭଳି ଏକ ହୋଟେଲ ରହିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ହୋଟେଲର ନାମ ଡୋଲ୍ସ ହନୋଇ ଗୋଲ୍ଡେନ ଲେକ । ହୋଟେଲର ବାହାର ଓ ଭିତରେ ସବୁ କିଛି ସୁନାରେ ନିର୍ମିତ । ବିଶ୍ୱାସ ନ ହେଲେ ବି ସତ । ବାଥଟବ, ଶୌଚାଳୟ ଓ କାନ୍ଥ ସବୁଥିରେ ଲାଗିଛି ୨୪ କ୍ୟାରେଟ ସୁନାର ପ୍ରଲେପ । ଏଠାରୁ ଗିୟାଙ୍ଗ ହ୍ରଦ ଏହାକୁ ଆହୁରି ଆକୃଷ୍ଟ କରୁଛି ।
ହୋଟେଲରେ ଏଂଟ୍ରି କରିବା ମାତ୍ରେ ସବୁ କିଛି ସୁନା… ଆଉ ସୁନା । ପର୍ଯ୍ୟଟକ ତଥା ଗ୍ରାହକ ଏକ ଭିନ୍ନ ଦୁନିଆରେ ଥିବା ଭଳି ଅନୂଭବ କରିଥାନ୍ତି ।
ଏହି ଭବ୍ୟ ହୋଟେଲକୁ ତିଆରି କରିବା ପାଇଁ ୧୧ ବର୍ଷ ସମୟ ଲାଗିଥିଲା । ଦକ୍ଷିଣ ପୂର୍ବ ଏସିଆର ଏହି ହୋଟେଲରେ ଗୋଟିଏ ଦିନ ପାଇଁ ଅତି କମରେ ୨୬ ହଜାର ଟଙ୍କା ଦେବାକୁ ପଡିବ । ଲକ୍ସରୀ ଓ ଏକଜିକ୍ୟୁଟିଭ ସୁଟସ ପାଇଁ ୮୩ ହଜାର ଦେବାକୁ ପଡିଥାଏ । ଆମେରିକାର ୱିଣ୍ଡହୋମ ହୋଟେଲ୍ସ ବ୍ରାଣ୍ଡ ଏହାକୁ ସଂଚାଳିତ କରୁଛି । ଏହା ହନୋଇରେ ପ୍ରଥମ ଫାଇଭ ଷ୍ଟାର ହୋଟେଲ ।
Comments are closed.