Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍, ୨୧ ସୁରକ୍ଷାକର୍ମୀ ଆହତ

ଭୋପାଳ: ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଓଲଟିଲା ବସ୍ । ଏଥିରେ ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଏସଡିଓପି ଶାଲିନୀ ପରସ୍ତେ ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ, ନିର୍ବାଚନ ଡ୍ୟୁଟି ସାରି ଯବାନମାନେ ଫେରୁଥିଲେ । ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ଉକ୍ତ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଉକ୍ତ ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ । ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ପ୍ରଥମେ ସାହାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଠ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୈତୁଲ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି । ଏସଡିଓପି ଶାଲିନୀ କହିଛନ୍ତି ଯେ, ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଯିବା ଭୟରେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଶୁକ୍ରବାର ଦିନ ଛିନ୍ଦବାଡା ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ଯବାନ ମାନେ ଡ୍ୟୁଟି ପାଇଁ ଯାଇଥିଲେ ।

Leave A Reply

Your email address will not be published.