Latest Odisha News

BREAKING NEWS

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୩୯ତମ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରକାଶିତ ଜାତିସଂଘର ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ ତାଲିକାରେ ୧୪୯ ଟି ଦେଶ ମଧ୍ୟରୁ ୧୩୯ ସ୍ଥାନରେ ରହିଛି ଭାରତ। ଯେଉଁଠି ଶୀର୍ଷରେ ରହିଛି ଫିନଲ୍ୟାଣ୍ଡ।

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ୨୦୨୧ରେ କୋଭିଡ-୧୯ ର ପ୍ରଭାବ ଏବଂ ସାରା ବିଶ୍ୱରେ ଲୋକମାନେ କିପରି ଚାଲିଛନ୍ତି ତାହା ଉପରେ ଧ୍ୟାନ ଦିଆଯାଇଛି।

ଏଥିରେ ବିଶ୍ବର ୧୪୯ ଦେଶକୁ ସ୍ଥାନିତ କରାଯାଇଛି।

ଏହି ତାଲିକାରେ ଭାରତ ୧୩୯ ତମ ସ୍ଥାନରେ ରହିଛି। ୨୦୧୯ ରେ ଭାରତ ୧୪୦ ତମ ସ୍ଥାନରେ ରହିଥିଲା।

ଫିନଲ୍ୟାଣ୍ଡକୁ ବିଶ୍ୱର ସବୁଠାରୁ ଖୁସି ଦେଶ ଭାବେ ସ୍ଥାନିତ କରାଯାଇଛି।

ରିପୋର୍ଟ ଅନୁଯାୟୀ ପାକିସ୍ତାନ ୧୦୫ ତମ ସ୍ଥାନରେ, ବାଂଲାଦେଶ ୧୦୧ ତମ ସ୍ଥାନରେ ଏବଂ ଚାଇନା ୮୪ ତମ ସ୍ଥାନରେ ରହିଛି।

Comments are closed.