ଭୁବନେଶ୍ୱର: ଆଜି ହେଉଛି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ । ରାଜ୍ୟର ହଜାର ହଜାର ନର୍ସ ଓ ଡାକ୍ତର ଏବେ କରୋନା ଭୂତାଣୁ ସଂକ୍ରମଣ ଜନିତ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ରାଜ୍ୟର ସମସ୍ତ ନର୍ସ ଓ ଡାକ୍ତରମାନଙ୍କ କର୍ତ୍ତବ୍ୟବୋଧ ଏବଂ ଉତ୍ସର୍ଗୀକୃତ ମନୋଭାବନାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
On #WorldHealthDay, offer my deep gratitude to thousands of nurses, doctors, healthcare professionals who are showing exemplary courage to fight #COVID19 pandemic. Salute to the frontline warriors working tirelessly in this unprecedented challenge. #OdishaFightsCorona pic.twitter.com/iQEwSqFOXM
— Naveen Patnaik (@Naveen_Odisha) April 7, 2020
“ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମୁଁ ରାଜ୍ୟର ହଜାର ହଜାର ନର୍ସ ଓ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସାହସିକତାର ସହିତ ଘାତକ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରଖିବା ସହିତ କର୍ତ୍ତବ୍ୟବୋଧର ଉଦାହରଣ ସୃଷ୍ଟି କରିଚାଲିଛନ୍ତି ଡାକ୍ତର ଓ ନର୍ସମାନେ । ଏହି ଲଢେଇରେ ଆଗଧାଡ଼ିରେ ଥିବା ଏହି ଯୋଦ୍ଧାମାନଙ୍କୁ ମୁଁ ସମ୍ମାନ ଜଣାଉଛି । ” ଟ୍ୱିଟ୍ ମାଧ୍ୟମରେ ସମସ୍ତ ଡାକ୍ତର ଓ ନର୍ସମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
Comments are closed.