ଭୁବନେଶ୍ୱର: ହୃଦ୍ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ ।
ଲୋକଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ହୃଦ୍ ରୋଗର ଗମ୍ଭୀରତା ବିଷୟରେ ସେମାନଙ୍କୁ ଅବଗତ କରାଇବା ଏହି ଦିନର ମୂଳ ଉଦ୍ଦେଶ୍ୟ ।
ଜାଣନ୍ତୁ, କେବେଠୁ ପାଳିତ ହେଉଛି ବିଶ୍ୱ ହୃଦୟ ଦିବସ
ଏହି ବିଶେଷ ଦିନ ପାଳନ କରିବାର ଆରମ୍ଭ ପ୍ରଥମେ ୨୦୦୦ ମସିହାରେ ହୋଇଥିଲା । ସେତେବେଳେ ନିଷ୍ପତି ନିଆଯାଇଥିଲା ଯେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ରବିବାର ଦିନ ବିଶ୍ୱ ହୃଦୟ ଦିବସ ପାଳନ କରାଯିବ । କିନ୍ତୁ ୨୦୧୪ରେ ଏଥିରେ ପରିବର୍ତ୍ତନ ଅଣାଯାଇ ସେପ୍ଟେମ୍ବର ୨୯ ତାରିଖ ଦିନକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରିବାକୁ ସ୍ଥିର କରାଗଲା ।
ବର୍ତ୍ତମାନ ସମୟରେ ଯୁବାବସ୍ଥାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସଭିଙ୍କ ଠାରେ ଏହି ସମସ୍ୟା ଦେଖାଯାଉଛି । ଆଜି ସାରା ବିଶ୍ୱରେ ହୃଦ୍ ରୋଗ ଏକ ଗମ୍ଭୀର ରୋଗ ଭାବରେ ଉଭା ହୋଇଛି । ୱାର୍ଲଡ୍ ହାର୍ଟ ଫେଡେରେସନ୍ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧୮ ନିୟୁତ ରୋଗୀ ହୃଦୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି ।
କ’ଣ ରହିଛି ଚଳିତ ଥରର ଥିମ୍?
ଏହି ବର୍ଷ ବିଶ୍ୱ ହୃଦୟ ଦିବସ ୨୦୨୦ ପାଇଁ ଥିମ୍ ହେଉଛି ‘ହୃଦ୍ରୋଗକୁ ଦମନ କରିବା ପାଇଁ ହୃଦୟର ବ୍ୟବହାର କରନ୍ତୁ’ । ଏକ ସୁସ୍ଥ ହୃଦୟ ପାଇଁ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ ।
Comments are closed.