Latest Odisha News

BREAKING NEWS

‘ୱାଲ୍ଡ ହାର୍ଟ ଡେ’ରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ଫିଟ୍‌…

ନୂଆଦିଲ୍ଲୀ: ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ ।

ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନର ଯୁଗରେ ସବୁ ଲୋକ କର୍ମବ୍ୟସ୍ତତା ମଧ୍ୟରେ ରହୁଛନ୍ତି, ଫଳରେ ସେମାନେ ନିଜ ଶରୀରର ସୁସ୍ଥତା ଉପରେ ଧ୍ୟାନ ଦେଉନାହାନ୍ତି ।

ଏହି ହୃଦୟ ଦିବସ ଅବସରରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ପୂରା ଫିଟ୍‌…

  • ଝାଳ ନ ବାହାରିବା ପର‌୍ୟ୍ୟନ୍ତ ଅତି କମ୍ରେ ୩୦ ମିନିଟ୍ ପର‌୍ୟ୍ୟନ୍ତ ବ୍ୟାୟ୍ୟାମ କିମ୍ବା ଯୋଗ କରନ୍ତୁ ।
  • କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ଟିକେ ସମୟ ନିଜ ପାଇଁ ବାହାରି କରି ବ୍ୟାୟାମ କରନ୍ତୁ । ନଚେତ୍ ଚାଲିବା, ସାଇକେଲ୍ ଚଳାଇବା ଏବଂ ଲିଫ୍ଟ ବଦଳରେ ସିଡ଼ି ବ୍ୟବହାର କରିବାର ଅଭ୍ୟାସ କରନ୍ତୁ ।
  • ନିୟମିତ ଭାବରେ ହୃଦୟକୁ ଯାଞ୍ଚ କରନ୍ତୁ ।
  • ଖାଦ୍ୟରେ ଲୁଣ ଯଥା ସମ୍ଭବ କମ୍ ଖାଇବା ପାଇ ଚେଷ୍ଟା କରନ୍ତୁ ।
  • ସତେଜ ପନିପରିବା ଓ ଫଳ ଖାଆନ୍ତୁ ।
  • ଭୋଜନରେ ଫଳ ଏବଂ ସାଲାଡ୍ ଅନ୍ତର୍ଭୁକ୍ତ କରନ୍ତୁ ।
  • ମଦ୍ୟପାନର ମାତ୍ରାକୁ କମ୍ କରନ୍ତୁ ।
  • ପାନ, ଗୁଟଖା ଆଦି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ଅଧିକ ପଢନ୍ତୁ- ଆଜି ‘ୱା ହାର୍ଟ ଡେ’; କ’ଣ ରହିଛି ଉଦେଶ୍ୟ, ଜାଣନ୍ତୁ

Leave A Reply

Your email address will not be published.