Latest Odisha News

BREAKING NEWS

ହେପାଟାଇଟିସ୍ ବି ରୋଗ କ୍ଷେତ୍ରରେ ଅଜ୍ଞତା ହିଁ ସବୁଠାରୁ ଚିନ୍ତାର କାରଣ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଭାରତ ସ୍କାଉଟ ଏବଂ ଗାଇଡ଼ସର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି ।

ନୋବେଲ୍ ବିଜେତା ପ୍ରଫେସର ସାମୁଏଲ ବ୍ଲୁମବର୍ଗ ହେପାଟାଇଟିସ ଭାଇରସର ଆବିଷ୍କାର କରିବା ସହିତ ଏହାର ପ୍ରତିଷେଧକ ଟୀକାକୁ ମଧ୍ୟ ପ୍ରସ୍ତତ କରିଥିଲେ । ତେଣୁ ତାଙ୍କ ଜନ୍ମ ଦିବସକୁ ବିଶ୍ୱ ହେପାଟାଇଟିସ ଦିବସ ରୂପେ ପାଳନ କରାଯାଏ ।

ହେପାଟାଇଟିସ ରୋଗର ୫ଟି ଭାଇରାଲ ସଂକ୍ରମଣ ମଧ୍ୟରୁ ହେପାଟାଇଟିସ ବି ହେଉଛି ଏଭଳି ଏକ ମାରାତ୍ମକ ସଂକ୍ରମଣ ଯାହା କି ଯକୃତକୁ ଆକ୍ରାନ୍ତ କରିଥାଏ ।

ଏହା ଏକ ମାରାତ୍ମକ ରୋଗ ଯାହା ମନୁଷ୍ୟକୁ ମୃତ୍ୟୁମୁଖକୁ ଠେଲିଦିଏ । ମାତ୍ର ଏହାର ନିରାକରଣ ନେଇ ଟୀକା ମଧ୍ୟ ଉପଲବ୍ଧ । ତେବେ ଲୋକମାନଙ୍କ ମଧ୍ୟରେ ଏନେଇ ରହିଥିବା ଅଜ୍ଞତା ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ ।

ଭାରତ ସ୍କାଉଟ ଓ ଗାଇଡ଼ସ କ୍ୟାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ହେପାଟାଇଟିସ ବି’ର ନିରାକରଣ ପାଇଁ ଜନସଚେତନତାର ସବୁଠାରୁ ଆବଶ୍ୟକତା ରହିଛି ।

ଏହି ଅବସରରେ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ଅଭିନେତ୍ରୀ ଜ୍ୟୋତି ମିଶ୍ର, ଆଇଏମଏସ ଏଣ୍ଡ ସମ୍ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ, ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ଡ଼ଃ ଅୟସକାନ୍ତ ସିଂ ଏବଂ ସ୍କାଉଟ ଆଣ୍ଡ ଗାଇଡ଼ସର ରାଜ୍ୟ ଶାଖା ସମ୍ପାଦକ ରାମମୂର୍ତ୍ତି ଦୋରା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

Comments are closed.